ଚିତ୍ରକୋଣ୍ଡା ସ୍ନାତକ ମହାବିଦ୍ୟାଳୟରେ +୩ ପ୍ରଥମ ବର୍ଷାର୍ଦ୍ଧର ପାଠ୍ୟକ୍ରମ ଆରମ୍ଭ….

add-all

ମାଲକାନଗିରି // ଚିତ୍ରକୋଣ୍ଡାରେ ତା ୧୭-୯-୨୦୨୪ରିଖ ମଙ୍ଗଳବାର ଠାରୁ ଚିତ୍ରକୋଣ୍ଡା ସ୍ନାତକ ମହାବିଦ୍ୟାଳୟରେ +୩ ପ୍ରଥମ ବର୍ଷାର୍ଦ୍ଧର ପାଠ୍ୟକ୍ରମ ଆରମ୍ଭ ହୋଇଛି।ଅନେକ ଦିନ ଧରି ଚିତ୍ରକୋଣ୍ଡା ଅଞ୍ଚଳବାସୀ ଉଚ୍ଚଶିକ୍ଷା ପାଠ୍ୟକ୍ରମ ପାଇଁ ବହୁଦୂର ମାଲକାନାଗିରି ଆଉ ବାଲିମେଳା ଉଚ୍ଚଶିକ୍ଷା ଅନୁଷ୍ଠାନମାନଙ୍କ ଉପରେ ନିର୍ଭର କରୁଥିଲେ। ଅନେକ ବିଦ୍ୟାର୍ଥୀମାନଙ୍କ ପାଇଁ ଏତେ ଦୂର ଯିବା ସମ୍ଭବ ନହେବା କାରଣରୁ ସେମାନେ ପାଠପଢ଼ା ଅଧାରୁ ଛାଡ଼ି ଦେଉଥିଲେ। ଚଳିତ ବର୍ଷ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ଵାରା ପ୍ରଥମ ଥର ପାଇଁ ଏହି ଅଞ୍ଚଳରେ ଡିଗ୍ରୀ କଲେଜ ଖୋଲା ଯିବାର ବ୍ୟବସ୍ଥା କରାଯିବାରୁ, ଅଞ୍ଚଳବାସୀ ଅତ୍ୟନ୍ତ ଆନନ୍ଦିତ। ସଂପ୍ରତି ଅସ୍ଥାୟୀ କ୍ୟାମ୍ପସ ଭାବରେ +୨ ବିଜ୍ଞାନ କଲେଜ୍ ରେ ଏହାର ପାଠପଢ଼ା ଆରମ୍ଭ ହୋଇଛି। ଅଧ୍ୟକ୍ଷ ଡ. ଚିନ୍ମୟ କୁମାର ବେହେରାଙ୍କ କରକମଳରେ ଏହାର ଶୁଭାରମ୍ଭ ହୋଇଥିଲା, ଯେଉଁଥିରେ କଲେଜ୍ ର ଅନ୍ୟସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କ ସହ ବିଜ୍ଞାନ କଲେଜ୍ ର ଅଧ୍ୟକ୍ଷ ଏବଂ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ରହି ନୂଆ କରି +୩ କଳା ବିଭାଗର ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିଥିଲେ।

ad-week
Leave A Reply

Your email address will not be published.