ଥାନା ଅଧିକାରୀସ୍ତରରେ ଅଦଳବଦଳ

add-all

ଫୁଲବାଣୀ : କନ୍ଧମାଳର ବିଭିନ୍ନ ଥାନା ଅଧିକାରୀଙ୍କ ଅଦଳବଦଳ କରାଯାଇଛି । ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ହୋଇଥିବା ଏହି ବଦଳି ପ୍ରକ୍ରିୟାରେ ଜିଲ୍ଲା ପୁଲିସ ମୁଖ୍ୟାଳୟ ରେ କାର୍ଯ୍ୟରତ ଇନ୍ସପେକ୍ଟର ବିଜୟ ହାଇବୁରୁଙ୍କୁ ବ୍ରାହ୍ମଣୀ ଗାଁ ଥାନା ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି। ସେହିଭଳି ଗୋଛାପଡ଼ା ଥାନା ଅଧିକାରୀ ପ୍ରଭାତ ବେହେରାଙ୍କୁ ଚକାପାଦ ଥାନା ଅଧିକାରୀ ବଦଳି କରାଯାଇଛି। ଡିପିଓରେ କାର୍ଯ୍ୟରତ ସୁରେଶ ତ୍ରିପାଠୀଙ୍କୁ ରାଇକିଆ ଥାନା ଦାୟିତ୍ଵ ଦିଆଯାଇଥିବା ବେଳେ ଇନ୍ସପେକ୍ଟର ଗେଲୀ କୁମାରୀ ସାହୁଙ୍କୁ ସାଇବର ଥାନା ଅଧିକାରୀ ଭାବେ ଓ ଆନନ୍ଦ ଚନ୍ଦ୍ର ପାତ୍ରଙ୍କୁ ଡିଆଇବି ଇନ୍ସପେକ୍ଟର ଅବସ୍ଥାପିତ କରାଯାଇଛି। ସାରଙ୍ଗଡ ଥାନା ଅଧିକାରୀ ବଧୂଲିକା ବିଶ୍ଵାଳଙ୍କୁ ଟିକାବାଲି ଏବଂ ଟିକାବାଲି ଥାନା ଅଧିକାରୀ କଲ୍ୟାଣମୟୀ ଷେଣ୍ଢଙ୍କୁ ସାରଙ୍ଗଡ ଥାନା ଅଧିକାରୀ ଭାବେ ବଦଳି କରାଯାଇଛି। ବ୍ରାହ୍ମଣୀ ଗାଁ ଥାନା ଦାୟିତ୍ଵରେ ଥିବା ସବ ଇନ୍ସପେକ୍ଟର ଚିରଞ୍ଜୀବୀ ବେହେରାଙ୍କୁ ଗୋଛାପଡା ଥାନା ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି।

ad-week
Leave A Reply

Your email address will not be published.