ସ୍ଵାସ୍ଥ୍ୟ ଶିବିରରେ ନିଃକ୍ଷୟ ମିତ୍ର କାର୍ଯକ୍ରମ ଅନୁଷ୍ଠିତ

add-all

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଚମାଖଣ୍ଡି ସ୍ୱାସ୍ଥ୍ୟ ଆରୋଗ୍ୟ ମନ୍ଦିର ପକ୍ଷରୁ ଚମାଖଣ୍ଡି କଲ୍ୟାଣୀ ମଣ୍ଡପ ଠାରେ ସ୍ବାସ୍ଥ୍ୟ ଶିବିରରେ ପ୍ରଧାନ ମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମକୁ ଚଳ ଚଞ୍ଚଳ କରାଇବା ଦିଗରେ ନିଃକ୍ଷୟ ମିତ୍ର ପୁଷ୍ଟିକର ଖାଦ୍ୟ ପକେଟ୍ ବଣ୍ଟନ ଆୟୋଜିତ ହୋଇଯାଇଛି । ଏହା ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ପଦକ୍ଷେପ, ଯାହା ଭାରତର ମାନ୍ୟବର ରାଷ୍ଟ୍ରପତିଙ୍କ ଦ୍ଵାରା ୨ ସେପ୍ଟେମ୍ବର ୨୦୨୨ ରେ ଭାରତ ରୁ ଯକ୍ଷ୍ମା ମୁକ୍ତ କରିବା ଲକ୍ଷ୍ୟରେ ଆରମ୍ଭ କରାଯାଇଥିଲା । ଏହି ଅଭିଯାନ ଯକ୍ଷ୍ମା ବିଲୋପ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି ଏବଂ ଏହାର ସଫଳତା ନିଶ୍ଚିତ କରିବାକୁ ସାରା ଦେଶରେ ଉଦ୍ୟମ ଜାରୀରହିଛି। ଗଞ୍ଜାମ ଜିଲ୍ଲାରେ, ଜିଲ୍ଲା କଲେକ୍ଟରଙ୍କ ଦ୍ଵାରା ୨୦ ସେପ୍ଟେମ୍ବର ୨୦୨୨ ରେ ଆନୁଷ୍ଠାନିକ ଭାବରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ସେବେଠାରୁ ଗଞ୍ଜାମ ଜିଲ୍ଲାରେ ଟିବି ରୋଗୀ ମାନଙ୍କୁ ସହାୟତା କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ସମସ୍ତ ଉପକେନ୍ଦ୍ର ମାନଙ୍କରେ ୧୨ ସେପ୍ଟେମ୍ବର ଠାରୁ ୨୧ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ଏହି ଶିବିର ଅନୁଷ୍ଠିତ ହେବା ନେଇ ସୂଚନା ରହିଛି । ଆୟୋଜିତ କାର୍ଯ୍ୟକ୍ରରେ ନୂତନ ଦୁଇ ଟିବି ରୋଗୀଙ୍କୁ ପୃଷ୍ଟିକର ଖାଦ୍ୟ ପକେଟ୍ ଦେବା ନେଇ ସରପଞ୍ଚ ପଞ୍ଜିକରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡକ୍ଟର ସ୍ଵାଧୀନ ରଥ ( ସି.ହେଚ୍.ସି. ମୁନିସିପେଣ୍ଠ ) ରିବନ୍ କାଟି ଶିବିରକୁ ଉଦ୍ଘଟାନ କରିଥିଲେ ଏବଂ ଆଇ.ଆର୍.ଇ.ଏଲ୍ ଇଣ୍ଡିଆ ପକ୍ଷରୁ ମ୍ୟାନେଜର ଦୀପକ କୁମାର ମିଶ୍ର , ଚମାଖଣ୍ଡି ସରପଞ୍ଚ ମନୋଜ ରେଡ୍ଡୀ, ସମ୍ପ୍ରଦାୟ ସ୍ୱାସ୍ଥ୍ୟ ଅଧିକାରୀ କିରଣ କୁମାର ପଣ୍ଡା, ବରିଷ୍ଟ ଯକ୍ଷ୍ମା ନିରୀକ୍ଷକ ପ୍ରଭାତ କୁମାର ସାହୁ, ମହିଳା ସ୍ଵାସ୍ଥ୍ୟ କର୍ମୀ.ଲକ୍ଷ୍ମୀ ପ୍ରଧାନ , ଟିବି ଚମ୍ପିୟାନ ବିଶିକେଶନ୍ ଦାସ ଓ ସମସ୍ତ ଆଶାକର୍ମୀ ଉପସ୍ଥିତ ରହି ଟିବି ରୋଗର ପଦୃଭାବ ଆଲୋକପାତ କରିଥିଲେ।

ad-week
Leave A Reply

Your email address will not be published.