ମହାତ୍ମାଗାନ୍ଧୀ ନରେଗା ଯୋଜନାର ବ୍ଲକ ସ୍ତରୀୟ ଜନଶୁଣାଣୀ ଅନୁଷ୍ଠିତ

add-all

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ସମ୍ମିଳନୀ କକ୍ଷ ଠାରେ ମହାତ୍ମାଗାନ୍ଧୀ ନରେଗା ଯୋଜନା ର ବ୍ଲକ ସ୍ତରୀୟ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି | ଏହି ଜନଶୁଣାଣୀ ଶିବିର ରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀଯୁକ୍ତ ପରମାନନ୍ଦ ପୃଷ୍ଟି ନୋଡାଲ ଅଧିକାରୀ ଭାବେ ଯୋଗ ଦେଇଥିବା ବେଳେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋତି କେରକେଟା, ଜିଲ୍ଲା ପରିଷଦ ସଭ୍ୟ ରାଜେନ୍ଦ୍ର କୁଜୁର, ନେଭିଲ କେରକେଟା, କାର୍ଯ୍ୟକ୍ରମ ଅଧିକାରୀ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଗଙ୍ଗାରାମ ବୁଡ଼େକ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଚୈତନ୍ୟ ହେମ୍ବ୍ରମ, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ଶ୍ରବଣ କୁମାର ସାହୁ, ବ୍ଲକ ସାମାଜିକ ସମୀକ୍ଷକ ଅର୍ଣ୍ଣପୂର୍ଣ୍ଣl ଚକ୍ରବର୍ତ୍ତୀ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ | ଏହି ଜନ ଶୁଣାଣି ରେ ଗତ ଅକ୍ଟବର 2023 ରୁ ମାର୍ଚ୍ଚ 2024 ମଧ୍ୟ୍ୟରେ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପ ଗୁଡିକର ସାମାଜିକ ସମୀକ୍ଷା ର ଶୁଣାଣୀ କରାଯାଇଥିଲା |

ନୋଡାଲ ଅଧିକାରୀ ଶ୍ରୀଯୁକ୍ତ ପୃଷ୍ଟି ମହାତ୍ମାଗାନ୍ଧୀ ନରେଗା ଯୋଜନାର ବିଭିନ୍ନ ଦିଗରେ ଆଲୋଚନା କରି କହିଥିଲେ ଯେ ଏହା ହେଉଛି ଗୋଟେ ଆଇନ ! ତେଣୁ ବ୍ଲକ ଓ ଗ୍ରାମ ପଞ୍ଚାୟତ ତଥା ଅନ୍ୟାନ କାର୍ଯ୍ୟ ନିର୍ବାହୀ ସଂସ୍ଥା ସବୁ ନିୟମ ଅନୁସାରେ କାମ କରିବାକୁ ପଡିବ | କାର୍ଯ୍ୟ ଆରମ୍ଭ ପୂର୍ବରୁ ସୂଚନା ଫଳକ ଏବଂ ପ୍ରକଳ୍ପ ପ୍ରାରମ୍ଭିକ ସଭା ନିହାତି ଭାବେ କରିବାର ଆବଶ୍ୟକତା ରହିଥିବା ସୂଚନା ଦେଇଥିଲେ | ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରୀ ହେମ୍ବ୍ରମ କୁଆଁରମୁଣ୍ଡା ବ୍ଲକ ର ମହାତ୍ମାଗାନ୍ଧୀ ନରେଗା ଯୋଜନା ର ପ୍ରଗତି କୁ ନେଇ ସୂଚନା ଦେଇଥିଲେ ଯେ ଏହି ଯୋଜନା ରେ କାମ କରିବା ପାଇଁ 15654 ଟି ପରିବାର ପଞ୍ଜିକୃତ ହୋଇ ଥିବା ବେଳେ ସମୁଦାୟ 24464 ଜଣ ଅଣକୁଶଳୀ ଶ୍ରମିକ କାମ କରୁଛନ୍ତି | ଚଳିତ ବର୍ଷ ଜିଲ୍ଲା ପରିଷଦ ତରଫରୁ ଏହି ବ୍ଲକ କୁ 929660 ଶ୍ରମ ଦିବସ ସୃଷ୍ଟି କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ଦେଇ ଥିବା ବେଳେ ଅଦ୍ୟାବଧି 243609 ଟି ଶ୍ରମ ଦିବସ ସୃଷ୍ଟି କରାଯାଇଛି ! ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ଶ୍ରବଣ କୁମାର ସାହୁ ଶିବିର ପରିଚlଳନା କରିଥିବା ବେଳେ କାର୍ଯ୍ୟକ୍ରମ ଅଧିକାରୀ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଗଙ୍ଗାରାମ ବୁଡ଼େକ ଅଧ୍ୟକ୍ଷତା କରିଥିଲେ ! ଶେଷରେ ନରେଗା ସହାୟକ ଶ୍ରୀ ବବୁଲୁ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l

ad-week
Leave A Reply

Your email address will not be published.