ଖପ୍ରାଖୋଲ ପୋଲିସ ର ଚଢାଉ ଜଣେ ଶିଶୁ ସହ ୧୧ ଜଣ ଦାଦନ ଶ୍ରମିକ ଉଦ୍ଧାର…

ମୁଖ୍ୟ ଦଲାଲ ଗିରଫ..

ପାଟଣାଗଡ଼-: ବ୍ୟାପକ ସଚେତନତା ସତ୍ତ୍ୱେ ବେଆଇନ ଦାଦନ ଚାଲାଣ କମିବା ଥମୁ ନାହିଁ । ଲାଠୋର ଠାରେ ଦାଦନ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିବାର ଦିନକ ଭିତରେ ଖପ୍ରାଖୋଲ ପୋଲିସ ଗୋଟିଏ ୮ମାସର ଶିଶୁ ସହ ୧୧ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିବାରେ ସକ୍ଷମ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଖପ୍ରାଖୋଲ ପୋଲିସ ଗତକାଲି ସନ୍ଧ୍ୟା ସମୟରେ ପେଟ୍ରୋଲିଂ କରୁଥିବା ବେଳେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କିଛି ଲୋକ ବସ କୁ ଅପେକ୍ଷା କରିଥିବା ଦେଖି ସେମାନଙ୍କୁ ପଚରାଉଚରା କରିଥିଲେ । ସେମାନଙ୍କ ମଧ୍ୟରୁ ଧଣ୍ଡାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କଟାପାଲି ଗ୍ରାମର ୯ ଜଣ, ପଡ଼ିଆବାହାଲ ପଞ୍ଚାୟତ ଅନ୍ତର୍ଗତ ପାଚେର ଗ୍ରାମର ୩ ଜଣ ହୋଇଥିବା ଜଣାପଡିଛି l ଶ୍ରମିକଙ୍କ ମଧ୍ୟରେ ୮ ଜଣ ପୁରୁଷ ୩ ଜଣ ମହିଳା ଥିବାବେଳେ ୮ ମାସର ଜଣେ ଶିଶୁ ଥିବା ଜଣାପଡିଛି । ଦାଦନ ଶ୍ରମିକ ମାନଙ୍କୁ ଲାଠୋର ଥାନା ଅନ୍ତର୍ଗତ ସାହାଜପାଣି ଗ୍ରାମର ପଦ୍ମନ ମେହେର ଏବଂ ଖପ୍ରାଖୋଲ ଥାନା କଟାପାଲି ଗ୍ରାମର ଗଦା ଝାଙ୍କର ସେମାନଙ୍କୁ ଲାଠୋର ଏବଂ ପରେ ଟ୍ରେନ ଯୋଗେ ତେଲେଙ୍ଗାନା ରାଜ୍ୟ ବିଜୱାଡା ନିକଟକୁ ବେଆଇନ ଭାବେ ଚାଲାଣ କରୁଥିବା ପୋଲିସ ସୂଚନା ଦେଇଛି । ଏନେଇ ଖପ୍ରାଖୋଲ ଥାନା କେସ ନଂ ୨୨୧/୨୪ ରେ ଭାରତୀୟ ପେନାଲ କୋର୍ଡ ଧାରା ୧୪୩/୧୪୫/୩୧୮(୨) ବିଏନଏସ ୨୫ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ଅଧିନିୟମ ଅନୁଯାୟୀ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ସମସ୍ତ ଶ୍ରମିକଙ୍କୁ ନିଜ ନିଜ ଘରକୁ ପଠେଇ ଦେଇଥିବା ବେଳେ କେସ କୁ ନେଇ ଅଧିକ ତଦନ୍ତ ଚାଲିଥିବା ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତ୍ର ପ୍ରକାଶ କରିଛନ୍ତି ।

ad-week
Leave A Reply

Your email address will not be published.