ନାବାଳିକା ବଳାତ୍କାର ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ…

add-all

ଫୁଲବାଣୀ: ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣୀ କରି ଫୁଲବାଣୀ ପୋକସୋ କୋର୍ଟ ଆଜି ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡ ଆଦେଶ ଦେଇଛନ୍ତି। ଏଥିସହ ଅଭିଯୁକ୍ତକୁ ୬୦ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ଦୋଷୀକୁ ଅଧିକ ୧୦ ମାସ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ଗୋଛାପଡ଼ା ଥାନା ଅଞ୍ଚଳର ଦେବରାଜ ଦିଗାଲ । ସୂଚନା ଅନୁଯାୟୀ, ଗତ ୫/୨/ ୨୦୨୩ ମସିହା ପିଡିତାଙ୍କ ପରିବାର ଲୋକେ ଘରେ କେହି ନଥିବା ବେଳେ ପୀଡିତାର ଏକୁଟିଆ ସୁଯୋଗ ନେଇ ରାତ୍ର ଆଠଟା ବେଳେ ଅଭିଯୁକ୍ତ ନିକଟସ୍ଥ ଜଙ୍ଗଲକୁ ଡାକି ନେଇ ପାଟିରେ ହାତ ଚାପି ରଖି ଦୁଷ୍କର୍ମ କରିଥିଲା l ଏ ବିଷୟ କାହା ଆଗରେ ପ୍ରକାଶ କଲେ ଜିବନରେ ମାରିଦେବା ପାଇଁ ଅଭିଯୁକ୍ତ ପିଡିତାଙ୍କୁ ଧମକାଇଥିଲେ। ପରଦିନ ପୀଡିତା ପରିବାର ଲୋକଙ୍କୁ ଘଟିଥିବା ସମସ୍ତ ବିଷୟ କହିବା ପରେ ପୀଡିତା ପରିବାର ଲୋକେ ଏକ ଲିଖିତ ଅଭିଯୋଗ ୧୦/୨/୨୩ ରେ ଗୋଛାପଡ଼ା ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ଆଧାରରେ ପୁଲିସ ୨୬/୨୩ ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା। ଆଜି ଏହି ମାମଲାର ବିଚାର କରି ଫୁଲବାଣୀ ପୋକସୋ ଅଦାଲତ ବିଚାରପତି ରାଜେଶ କୁମାର ଦାଶ ୧୬ ଜଣ ସାକ୍ଷୀଙ୍କ ବୟାନ ଓ ମେଡ଼ିକାଲ ରିପୋର୍ଟ ଆଧାରରେ ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥି ସହିତ ପିଡିତାଙ୍କୁ ୬ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ଅଦାଲତ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଅସୀମ ପ୍ରହରାଜ ପରିଚାଳନା କରୁଥିଲେ।

ad-week
Leave A Reply

Your email address will not be published.