ଯମ ଯନ୍ତ୍ରଣାଠୁ ବଳିଗଲା ଟାଟା ପାୱାର ଯନ୍ତ୍ରଣା : ଲୋକେ ହନ୍ତସନ୍ତ !

add-all

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଦ୍ୱିତୀୟ ସର୍ବ ବୃହତ୍ତମ ବ୍ୟବସାୟୀକ ପେଣ୍ଠସ୍ଥଳି ହେଉଛି ଆସିକା। ଆସିକା ରେ ଗତ କିଛି ଦିନ ହେଲା ଟାଟା ପାୱାର ର କେବଳ ମର୍ଜି ରେ ବିଦ୍ୟୁତ ଯୋଗାଣ କହିଲେ କିଛି ଭୁଲ ହେବନାହିଁ। ଏପଟେ ସୁଭଦ୍ରା ଯୋଜନା ମାନିଆ ରେ ମହିଳାମାନେ ପଞ୍ଜି କରଣ ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରୁଥିବା ବେଳେ ଟାଟା ପାୱାର ପକ୍ଷରୁ ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ ଦୁଃଖ ଲୋକଙ୍କୁ ଅଧିକ ବାଧୁଛି ।

ଏପଟେ ବାବୁମାନଙ୍କୁ ପଚାରିଲେ ବଡ଼ କଷ୍ଟରେ ଉତ୍ତର ମିଳୁଛି, ୱୟାର ଛିଣ୍ଡିଗଲା, ୩୩ କେଭିରୁ ଲାଇନ ଚାଲି ଯାଇଛି ବୋଲି । ଆଜି କାଲି ସରକାରଙ୍କ ପକ୍ଷରୁ ଅନଲାଇନ ସବୁ କାର୍ଯ୍ୟକ୍ରମ ହେବ ବୋଲି ଡିଣ୍ଡିମ ପିଟାଯାଉଛି । ହେଲେ ସାଧାରଣ ଜନତା ଟାଟା ପାୱାରର ମର୍ଜି ରେ ବିଦ୍ୟୁତ ଯୋଗାଣ ଯୋଗୁଁ ହଟହଟାର ସମ୍ମୁଖୀନ ହେଉଥିବା ଚର୍ଚ୍ଚା ହେଉଛି।

ad-week
Leave A Reply

Your email address will not be published.