ଆଉ କେବେ ଚେତିବ ପ୍ରଶାସନ, ମୃତ୍ୟୁକୁ ଅପେକ୍ଷା କରିଛି ମୁକୁଳା ଡ୍ରେନ !!

add-all

ଵ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳର ଜନଗହଳି ପୂର୍ଣ୍ଣ ରାସ୍ତାରେ ମୁକୁଳା ପଡିଛି ଡ୍ରେନ। ଅଘଟଣକୁ ଅପେକ୍ଷା ଆସିକା ବିଜ୍ଞାପିତ ଅଞ୍ଚଳ ଅଧିନ ଦୁଇ ନମ୍ବର ୱାର୍ଡ ବାଣୀବିହାର ଏକ ଜନ ଗହଳିପୂର୍ଣ୍ଣ ଅଞ୍ଚଳ। ଏହି ସ୍ଥାନ ରେ ରାସ୍ତା ର ଗୋଟିଏ ପାର୍ଶ୍ଵ ରେ ଜନ ବସତି ଓ ଅନ୍ୟ ପାର୍ଶ୍ୱ ରେ ଟିପିସର ନାଳ। ଏହି ଅଞ୍ଚଳରେ ଛାତ୍ର ଛାତ୍ରୀ ଙ୍କ ପାଇଁ ଟିୟୁସନ ରେ ବ୍ୟବସ୍ଥା ଥିବା କାରଣ ରୁ ବିଦ୍ୟାଳୟ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରେ ପଢ଼ୁଥିବା ଛାତ୍ର ଛାତ୍ରୀ ଟିୟୁସନ ପାଇଁ ଆସନ୍ତି। ଏହା ସହିତ ସ୍ୱାସ୍ଥ୍ୟ କେନ୍ଦ୍ର ଥିବାରୁ ସବୁ ସମୟରେ ଭିଡ଼ ଦେଖିବାକୁ ମିଳେ। ଏଠି ଡ୍ରେନ ଗୁଡିକ ସିଧା ଟିପିସର କୁ ସଂଯୋଗ କରାଯାଇଛି। ବର୍ଷା ବଢ଼ିଲେ  ରାସ୍ତା ରେ ପାଣି ରହି ରାସ୍ତା ଜାଣିବା କଷ୍ଟ ହୁଏ। ଏଭଳି ସ୍ଥିତି ରେ ଟିପିସର କୁ ସଂଯୋଗ କରୁଥିବା ଡ୍ରେନ ଉପରେ ପ୍ଲେଟ ନଥିବା କିମ୍ବା ବେରେକେଡ ନଥିବା କାରଣ ରୁ କୌଣସି ସମୟରେ ଅଘଟଣକୁ ଏଡାଇ ଦିଆଯାଇ ନପାରେ । ଏହି ସ୍ଥାନରେ କୌଣସି ସତର୍କ ସୂଚନା ମଧ୍ୟ ନଥିବା ରୁ ସବୁ ସମୟରେ ଭୟ ରହୁଛି। ବର୍ତ୍ତମାନ ବର୍ଷା ଦିନ ଏବଂ ବର୍ଷା ହେଉଛି। କୌଣସି ଯାତ୍ରୀ ଏହି ସ୍ଥାନରେ ଡ୍ରେନ ରେ ପଡିଲେ ଜୀବନ ବଞ୍ଚିବା କଷ୍ଟକର। ବିଜ୍ଞାପିତ ଅଞ୍ଚଳରେ ଏହି ବାଣୀବିହାର ରେ ଏକାଧିକ ସ୍ଥାନ ରେ ବିପଦ ସଂକୁଳସ୍ଥିତି ରେ ଡ୍ରେନ ଟିପିସର କୁ ସଂଯୋଗ ହୋଇଛି। ଏହି ସ୍ଥାନ ଗୁଡିକ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ଅଘଟଣ କୁ ଏଡାଇବା ପାଇଁ ବ୍ୟବସ୍ଥା କରିବା ଆବଶ୍ୟକ ହୋଇଛି।ଏହା ସହିତ ବିଜ୍ଞାପିତ ଅଞ୍ଚଳରେ ଆବଶ୍ୟକ ସ୍ଥାନ ରେ ମୁକୁଳା ପଡିଥିବା ଓ ଭଗ୍ନ ଅବସ୍ଥାରେ ଥିବା ଡ୍ରେନ ଗୁଡିକ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ହୋଇଛି।

ad-week
Leave A Reply

Your email address will not be published.