ଆମପାଣି ଘାଟିରେ କାର୍ ଟ୍ରକ ମୁହାମୁହିଁ, ଗୁରୁତର ଆହତଙ୍କ କୋରାପୁଟ ମେଡିକାଲ ଯିବା ରାସ୍ତାରେ ମୃତ୍ୟୁ

add-all

ନବରଂଗପୁର : ନବରଂଗପୁର ସୀମାନ୍ତ ଆମପାଣି ଘାଟି ନିକଟରେ କାର ଓ ଟ୍ରକ୍ ମୁହାଁମୁହିଁ ହୋଇ ଜଣେ ଗୁରୁତର ହୋଇଥିବା ବେଳେ ଦୁଇଜଣ ଆହତ ହୋଇଥିଲେ । ସୂଚନା ଅନୁସାରେ ଏକ କାର ନବରଙ୍ଗପୁର ରୁ କଳାହାଣ୍ଡି ଧର୍ମଗଡ କୁ ଯାଉଥିବା ବେଳେ କଳାହାଣ୍ଡି ପଟରୁ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ହୋଇଥିଲେ । ଏଥିରେ ଦୁଇ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ନବରଙ୍ଗପୁର ବେହେରା ଗୁଡା ଅଞ୍ଚଳର ସନ୍ତୁ ପୂଜାରୀ ନାମକ ଯୁବକ ଗୁରୁତର ହୋଇଥିଲେ,। ଆହତ ସନ୍ତୁ ଙ୍କୁ ପ୍ରଥମେ ପାପଡାହାଣ୍ଡି ପରେ ସେଠାରୁ ନବରଙ୍ଗପୁର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା, ସେଠାରେ ତାଙ୍କ ଅବସ୍ଥା ରେ ସୁଧାର ନ ଆସିବାରୁ ତାଙ୍କୁ କୋରାପୁଟ ମେଡିକାଲକୁ ଡାକ୍ତର ସ୍ଥାନାନ୍ତର କରିଥିଲେ, କୋରାପୁଟ ଯିବା ରାସ୍ତା ରେ ଡାଇଭଟା ନିକଟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଏ ।

ad-week
Leave A Reply

Your email address will not be published.