ପାର୍ବଣ ଆରମ୍ଭରୁ ହିଞ୍ଜିଳିରେ ଲୁଟେରା ସକ୍ରିୟ ଦୋକାନ ଭେଣ୍ଟିଲିଟର ଭାଙ୍ଗି ଚୋରୀ: ୪୦ ହଜାର ଟଙ୍କା ସମେତ ଖାଦ୍ୟ ସାମଗ୍ରୀ ଲୁଟିଲେ…

add-all


ହିଞ୍ଜିଳିକାଟୁ, ୨୬/୯: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଇଲାକାରେ ପାର୍ବଣ ଋତୁ ଆରମ୍ଭରୁ ଲୁଟେରା ଗୋଷ୍ଠୀ ସକ୍ରିୟ ହୋଇ ଉଠିଥିବା ଦେଖିବାକୁ ମିଳିଛି। ବୁଧବାର ବିଳମ୍ୱିତ ରାତିରେ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ତାରାତାରିଣୀ ମୁଖ୍ୟ ରାସ୍ତା କେନ୍ଦ୍ରୀୟ ବିଦ୍ୟାଳୟ ସମ୍ମୁଖ ଏକ ତେଜରାତି ଦୋକାନରୁ ଲୁଟ୍ ହୋଇଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପ୍ରକାରେ, ହିଞ୍ଜିଳି ଗ୍ରାମ ବଡ଼ସାହି ବାସିନ୍ଦା ପ୍ରତାପ ମୁନି ହିଞ୍ଜିଳିକାଟୁ ବଜାର ତରିତାରିଣୀ ମୁଖ୍ୟ ରାସ୍ତାରେ ଏକ ତେଜରାତି ଦୋକାନ କରିଛନ୍ତି। ପ୍ରତିଦିନ ପରି ପ୍ରତାପ ବୁଧବାର ରାତ୍ର ପ୍ରାୟ ସାଢେ ୯ଟାରେ ଦୋକାନ ବନ୍ଦ କରି ଘରକୁ ଫେରିଥିଲେ । ଗୁରୁବାର ସକାଳେ ପ୍ରତାପ ଦୋକାନ ଖୋଲି ଦେଖିବା ବେଳେବେଳେ ଦୋକାନ ପଛପଟର ସିମେଣ୍ଟ ଭେଣ୍ଟିଲେଟର ଭଙ୍ଗା ଯାଇଥିବା ଏବଂ ଦୋକାନ କ୍ୟାସବକ୍ସରୁ ପ୍ରାୟ ୪୦ ହଜାର ଟଙ୍କା ସମେତ କିଛି ଖାଦ୍ୟ ସାମଗ୍ରୀ ଜିନିଷ ଚୋରୀ ହୋଇଥିବା ଜାଣିବାକୁ ପାଇଥିଲେ। ଘଟଣା ନେଇ ଦୋକାନୀ ମାଲିକ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି

ଘଟଣାର ତଦନ୍ତ ଚଳାଇଥିଲା। ଦୁବୃର୍ତ୍ତ ମାନେ ଦୋକାନ ପ୍ବାର୍ଶ୍ବ ଏକ ଲୁହା ଗେଟ୍ ତାଲା ଭାଙ୍ଗି ଦୋକାନ ପଛପଟ ସିମେଣ୍ଟ କାନ୍ଥକୁ ଭାଙ୍ଗିବାକୁ ଉଦ୍ୟମ କରି ବିଫଳ ହୋଇଥିବା ବେଳେ ସିମେଣ୍ଟ ଭେଣ୍ଟିଲେଟରକୁ ଭାଙ୍ଗି ଦୋକାନ ଭିତରେ ପଶି ଲୁଟ୍ କରିଥିବା ଦୋକାନ ସିସିଟିଭି ଫୁଟେଜରୁ ଜଣାପଡିଛି। ପୁଲିସ ଦୋକାନ ସିସିଟିଭି ଫୁଟେଜ ଯାଞ୍ଚ କରି ଘଟଣାର ତଦନ୍ତ ଚଳାଇଛି। କିଛି ଦିନର ବ୍ୟବଧାନ ପରେ ଏବଂ ପାର୍ବଣ ଋତୁ ଆରମ୍ଭରୁ ହିଞ୍ଜିଳି ଥାନା ଇଲାକାରେ ଲୁଟେରା ଗୋଷ୍ଠୀ ସକ୍ରିୟ ହୋଇ ଉଠିଥିବା ଦେଖିବାକୁ ମିଳିଛି। ହିଞ୍ଜିଳି ଥାନା ଇଲାକାରେ ପ୍ରତ୍ୟହ ଛୋଟବଡ ଲୁଟ୍ ହେଉଥିବା ବେଳେ ବୁଧବାର ବିଳମ୍ୱିତ ରାତିରେ ଚୋରୀ ଘଟଣା ସ୍ଥାନୀୟ ଅଞ୍ଚଳର ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶିଛି। ଗତ କିଛି ମାସ ଧରି ହିଞ୍ଜିଳିକାଟୁ ପୈାରାଞ୍ଚଳ ସମେତ ସ୍ଥାନୀୟ ଥାନା ଇଲାକାର ବିଭିନ୍ନ ସ୍ଥାନରୁ ପାଣିମୋଟର, ସାଇକେଲ, ଘରକରଣା ସାମଗ୍ରୀ, ଗୃହ ନିର୍ମାଣ ସାମଗ୍ରୀ ଲୁଟ୍ ହେଉଥିବା ନିତିଦିନିଆ ଘଟଣା ପାଲଟିଛି। ଛୋଟମୋଟ ଚୋରୀ ହେଉଥିବାରୁ ଲୋକେ ଥାନାର ଦ୍ବାରସ୍ଥ ହୋଇ ଅକାରଣରେ ସମୟ ଅପଚୟ କରିବାକୁ ଉଚିତ୍ ମଣୁନଥିବା କହିଛନ୍ତି। ସ୍ଥାନୀୟ ଥାନା ଇଲାକାରେ ପାଟ୍ରୋଲି° ବ୍ୟବସ୍ଥା କଡାକଡି କରାନଗଲେ ଆଗାମୀ ଦିନରେ ବଡ ଧରଣର ଲୁଟ୍ ଘଟଣା ହେବା ସୁନିଶ୍ଚିତ ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।‌ ଏ ଦିଗରେ ପୁଲିସ ପ୍ରଶାସନ ପାଟ୍ରୋଲି° ବ୍ୟବସ୍ଥା କଡାକଡି କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି।

ad-week
Leave A Reply

Your email address will not be published.