
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଶ୍ରୀ ସତ୍ୟ ସାଇ ବାବାଙ୍କ ଆଦର୍ଶରେ ଅନୁପ୍ରାଣିତ ଶ୍ରୀ ସତ୍ୟ ସାଇ ସେବା ସମିତି ଫୁଲବାଣୀ ଉଦ୍ୟମରେ ପ୍ରତିଷ୍ଠିତ ଶ୍ରୀ ସତ୍ୟ ସାଇ ବିଦ୍ୟାଳୟ ଗତ ତା ୦୧/୧୦/୧୯୮୧ ରିଖ ରେ ସରକାରଙ୍କ ଅନୁମତି ପାଇ ପର୍ଯ୍ୟାୟ କ୍ରମେ ୧୯୮୮ରେ ମାଧ୍ୟମିକ ତଥା ୧୯୯୩ ଉଚ୍ଚ ବିଦ୍ୟାଳୟର ଜନ୍ମଦାତ୍ରୀ,ଅସଂଖ୍ୟ କୃତି ଛାତ୍ର ଛାତ୍ରୀଙ୍କ ସ୍ରଷ୍ଟା ଓ ଅନେକ ସରକାରୀ ବେସରକାରୀ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଜୀବିକା ପ୍ରଦାତା lଫୁଲବାଣୀର ଶ୍ରୀ ସତ୍ୟ ସାଇ ପ୍ରାଥମିକ ବିଦ୍ୟାଳୟ । ଯେଉଁ କେତଜଣଙ୍କୁ ଯୋଗ୍ୟ କରି ସମଗ୍ର୍ କନ୍ଧମାଳରେ ଉନ୍ନତ ମାନର ଶିକ୍ଷା ପ୍ରଦାନ କ୍ଷେତ୍ରରେ ଅତିଉଚ ସମ୍ମାନ ଓ ପରିଚୟ ପ୍ରଦାନ କରିଥିଲା ସେହି କେତକ ନ୍ୟାସ୍ତ ସ୍ୱାର୍ଥ ବ୍ୟକ୍ତିଙ୍କ କୁଚକ୍ରାନ୍ତରେ ତା ୧୫/୦୩/୨୦୨୨ ରେ ବନ୍ଦ ହେବାକୁ ବସିଥିଲା କିନ୍ତୁ କେତେକ ସ୍ଥାନୀୟ ସାଇଭକ୍ତ,ଶିକ୍ଷକ,ଶିକ୍ଷୟତ୍ରୀ,ଅଭିଭାବକ,ବୁଦ୍ଧିଜୀବୀ,ସ୍ଥାନୀୟ ଜନ ପ୍ରତିନିଧି,କିଛି ଜଣା ଶୁଣା ସାମ୍ବାଦିକ, ଜିଲ୍ଲା ପ୍ରଶାସନ, ଶିକ୍ଷା ଅଧିକାରୀଙ୍କ ସହଯୋଗ ଓ ସର୍ବୋପରି ଶ୍ରୀ ସତ୍ୟ ସାଇ ଟ୍ରଷ୍ଟ ଭୁବନେଶ୍ଵର ଙ୍କ ନିଷ୍ଠାପର ଉଦ୍ୟମ, ଅବସର ପ୍ରାପ୍ତ ଶିକ୍ଷକ ଲିଙ୍ଗରାଜ ମହାନ୍ତି, ବରିଷ୍ଠ ଆଇନଜୀବୀ ବିଜୟ କୁମାର ମହାନ୍ତି, ପୂର୍ବତନ ଛାତ୍ର ତଥା ଆଇନଜୀବୀ ବିରୂପାକ୍ଷ ପଣ୍ଡା, ତଥା ଭଗବାନ ସାଇ ବାବାଙ୍କ ଅପାର କରୁଣାରୁ ତା ୨୭/୦୯/୨୦୨୪ରେ ସରକାରଙ୍କ ଅନୁମତି ପାଇ ଶ୍ରୀ ସତ୍ୟ ସାଇ ପ୍ରାଥମିକ ବିଦ୍ୟାଳୟଟି ପୁନର୍ଜନ୍ମ ପାଇଛି l ଏହି ବିଦ୍ୟାଳୟରେ ଓଡିଶା ସରକାରଙ୍କ ସାଧାରଣ ପାଠ୍ୟ ଖସଡ଼ା ସହ ନୈତିକ ମାନବିକ ମୂଲ୍ୟବୋଧ ଭିତ୍ତିକ “ବାଳବିକଶ” ଶିକ୍ଷା ଦିଆଯାଏ। ଶେଷରେ ଆଜକୁ ଦୀର୍ଘ ବର୍ଷ ହେବ ସ୍ଵଳ୍ପ ଦରମା ପାଇ ପ୍ରାଥମିକ ବିଦ୍ୟାଳୟ ରେ ଚାକିରି କରୁଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ସହଯୋଗରେ ଆଜି ସତ୍ୟ ସାଇ ପ୍ରାଥମିକ ବିଦ୍ୟାଳୟ ପୁନର୍ଜନ୍ମ ପାଇଛି ବୋଲି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ କହିଛନ୍ତି l ଆଗାମୀ ଦିନରେ ଯେପରି ଉକ୍ତ ବିଦ୍ୟାଳୟ ପୂର୍ବ ସ୍ଥିତି ଫେରି ପାଇବ ସେ ନେଇ ଅଭିଭାବକ ମାନେ ଆଲୋଚନା କରୁଥିବା ଶୁଣିବାକୁ ମିଳିଛି l