ବାଲିମେଳା :ମୋ ପୋଖରୀ ସୌନ୍ଦର୍ଯ୍ୟକରଣରେ ଅନିମିୟତା…

ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବୀ…

add-all

ବାଲିମେଳା : ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ପୋଖରୀ ସୌନ୍ଦର୍ଯ୍ୟକରଣରେ ଅନିମିୟତା ହେଉଛି ବୋଲି କାଉନସିଲର ଅଭିଯୋଗ କରିଛନ୍ତି । ବାଲିମେଳା ଏନଏସିରେ ଦୁଇଟି ମୋ ପୋଖରୀ ସୌନ୍ଦର୍ଯ୍ୟକରଣ ପାଇଁ ଅର୍ଥ ଆସିଥିବା ବେଳେ ଗୋଟିଏ ୪ନ ୱାର୍ଡ ଜଗନ୍ନାଥ ସାଗର, ଅନ୍ୟଟି ୨ନ ୱାର୍ଡରେ ହେଉଛି ମାତ୍ର ୨ନ ୱାର୍ଡ ଗଦବାଗୁଡା ସାହି ନିକଟରେ ହେଉଥିବା ପୋଖରୀ ସନ୍ଦର୍ଯ୍ୟକରଣ କାମ ଅତି ନିମ୍ନ ମାନର ବୋଲି ୨ନ ୱାର୍ଡର କାଉନସିଲର ବିମଳ କୁମାର ବେହେରା କହିଛନ୍ତି । କାମଟି ୫ଟି ଗ୍ରୁପ ଏସଏଚ ଜି ମହିଳା ମାନଙ୍କୁ ଦିଆଯାଇଛି ମୋଟ ୪୭ଲକ୍ଷ ଟଙ୍କା ବ୍ୟୟ ରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ରେ ନିମ୍ନ ମାନର ଗଛ ଚାରା ଏବଂ ସାରୁ ଗଛ ଲଗାଇ ମନ ମୁତାବକ କାର୍ଯ୍ୟ କରୁଛନ୍ତି ତତ ସହିତ ଏସ ଏଚ ଜି ମହିଳା ମା ମାନଙ୍କୁ ଧମକାଇ ଇମ୍ପ୍ଲିମେଣ୍ଟ ଏକ୍ସପଟ ଶ୍ରୀ ମାଲ ନିଜେ ଏସ ଏଚ ଜି ମା ମାନଙ୍କ ସହ ସହଯୋଗୀ ହୋଇ କାମ କରୁଛନ୍ତି ବୋଲି କାଉନସିଲର ଶ୍ରୀ ବେହେରା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ଏନେଇ ଆମେ ବାଲିମେଳା ଏନଏସିର ଇଂପ୍ଲିମେଣ୍ଟ ଏକ୍ସପଟ ଆନନ୍ଦ ମାଲ କୁ ପଚାରିବାରୁ ସେ କହିଥିଲେ କାମ ଠିକ ଠାକ ହେଉଛି। କାଉନସିଲର ଶ୍ରୀବେହେରା କହିଛନ୍ତି ଏହି ମୋ ପୋଖରୀ କାର୍ଯ୍ୟ ର ଉଚ୍ଚ ସ୍ତରୀୟ ତଦନ୍ତ ହେବା ଦରକାର ବୋଲି ଦାବୀ କରିଛନ୍ତି।

ad-week
Leave A Reply

Your email address will not be published.