ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ଛାତ୍ରୀ ଗ୍ରହଣ କାର୍ଯ୍ୟକ୍ରମ ପାଳିତ

add-all

ନବରଙ୍ଗପୁର : ଜାତୀୟ ସେବା ଯୋଜନା ତରଫରୁ ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ଛାତ୍ରୀ ଅଧିଗ୍ରହଣ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମଲେଶ୍ୱରୀ ସାହୁ ସଭାପତିତ୍ୱ କରି ଜଣେ ସ୍ବେଚ୍ଛାସେବୀର ସମାଜ ଗଠନ ଦିଗରେ କଣ ଭୂମିକା ରହିବା ଆବଶ୍ୟକ ଓ କିପରି ସେ ନିଜକୁ ଓ ସ୍ୱେଚ୍ଛାସେବୀ ରୂପେ ପରିଚିତ କରାଇପାରିବ ସେ ଦିଗରେ ନବାଗତ ଛାତ୍ରୀମାନଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର Eti ର ଜାତୀୟ ସେବା ଯୋଜନାର ସଂଯୋଜକ ନିରୋଦ ବରଣ ଖୁଣ୍ଟିଆ ଯୋଗଦେଇ ଜାତୀୟ ସେବା ଯୋଜନାର ଉଦ୍ଧେଶ୍ୟ ସମ୍ପର୍କରେ ବିଶଦ ଆଲୋଚନା କରିବା ସହିତ ଜଣେ ସ୍ୱେଚ୍ଛାସେବୀ କିପରି ନିଜର ସ୍ବପ୍ନ ସାଧନା, ସଂକଳ୍ପ ବଳରେ ସିଦ୍ଧି ଲାଭ କରିପାରିବ ସେ ଦିଗରେ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିରେ ଜାତୀୟ ସେବା ଯୋଜନାର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ବିନୋଦ ବିହାରୀ ପ୍ରଧାନ ଯୋଗଦେଇ ଜଣେ ସ୍ୱେଚ୍ଛାସେବୀ କିପରି ନିଜର ସାମର୍ଥ୍ୟ, ଦୁର୍ବଳତା, ସୁଯୋଗ ଏବଂ ପ୍ରତିବନ୍ଧକୁ ଚିହ୍ନି କିପରି ଜୀବନରେ ଆଗେଇ ପାରିବେ ସେ ଦିଗରେ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ସଂମ୍ମାନୀତ ଅତିଥି ଭାବେ ଶିକ୍ଷା ବିଭାଗର ବରିଷ୍ଠ ଅଧ୍ୟାପିକା ଡ଼ଃ ସଂଯୁକ୍ତା ପଣ୍ଡା ଏବଂ ଇତିହାସ ବିଭାଗର ବରିଷ୍ଠ ଅଧ୍ୟାପିକା ଶ୍ରୀମତୀ ରଞ୍ଜୁଷା କୁମାରୀ ପ୍ରହରାଜ ଉପସ୍ଥିତ ଥିଲେ। ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀମତୀ ସୁନୀତା ପାତ୍ର ମଞ୍ଚ ପରିଚାଳନା କରିବା ସହିତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇବା ସଙ୍ଗେ ସଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.