ଜଗମୋହନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ “ସୁରଭି” କାର୍ଯ୍ୟକ୍ରମ

add-all

ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ ବଡ଼ପଲଙ୍କ କ୍ଲଷ୍ଟର ଜଗମୋହନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ “ସୁରଭି “କାର୍ଯ୍ୟକ୍ରମକୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବି ଆର ସି ସି ମୁଖ୍ୟ ଅତିଥିଭାବେ ନିଗମାନନ୍ଦ ପଣ୍ଡା ଯୋଗଦେଇ ଉଦଘାଟନ କରିବା ସହ ପ୍ରଦୀପ ପ୍ରଜ୍ବଳନ କରିଥିଲେ l ତତ୍ପରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ବେହେରା ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମ ରେ ଏ ଏ ବି ଓ ସିମାଞ୍ଚଳ ପଣ୍ଡା, ସି ଆର ସି ସି ଅମର କୁମାର ସାହୁ, ଧାନଘର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଦୀପ୍ତ କୁମାର ପଟ୍ଟନାୟକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମଦନ ମୋହନ ସାହୁ,ବରିଷ୍ଠ ଶିକ୍ଷକ ଭବାନୀ ଶଙ୍କର ମହାପାତ୍ର, ତ୍ରିଲୋଚନ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେl ସୁରଭି କାର୍ଯ୍ୟକ୍ରମରେ ବିତର୍କ ବକ୍ତୃତା, ଚିତ୍ରାଙ୍କନ, ସଂଗୀତ, ଚିତ୍ରକଳା ଓ ଲୋକ ନୃତ୍ୟ ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ୬ଟି ବିଦ୍ୟାଳୟର ୧୫୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ବିଭିନ୍ନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେl ସେମାନଙ୍କ ମଧ୍ୟରୁ ଯୋଗ୍ୟ ବିବେଚିତ ପ୍ରତିଯୋଗୀଙ୍କୁ ମାନପତ୍ର ସହ ଅତିଥିମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲାl ଶିକ୍ଷକ ଲିଙ୍ଗରାଜ ପ୍ରଧାନ କାର୍ଯ୍ୟକ୍ରମ ମଞ୍ଚ ପରିଚାଳନା କରିଥିବାବେଳେ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେl

ad-week
Leave A Reply

Your email address will not be published.