ସମଗ୍ର ଶିକ୍ଷା ଆନୁକୂଲ୍ୟରେ ସୁରଭି ୨୦୨୪ ଅନୁଷ୍ଠିତ

add-all

ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ର ପୁର କ୍ଲଷ୍ଟରରେ ପ୍ରାଥମିକ ବିଦ୍ୟାଳୟ, ଖରଧାର, ଡାଲପଲଙ୍କ, ଧନଘର, ରାମଚନ୍ଦ୍ରପୁର, ଜଗନ୍ନାଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରାମଚନ୍ଦ୍ର ପୁର, ରାଜକବି ରାଧାମୋହନ ବିଦ୍ୟାପୀଠ ଏବଂ ରାଜଲକ୍ଷ୍ମୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରାୟ ୧୫୦ଜଣ ପ୍ରତିଯୋଗୀଙ୍କୁ ନେଇ ସୁରଭି ୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଏ ବି ଇ ଓ ତଥା ବି ଆର ସି ସି ନିଗମାନନ୍ଦ ପଣ୍ଡା, ଏସ ଏମ ସି ସଭାପତି ସଚିଦାନନ୍ଦ ପଣ୍ଡା, ପ୍ରଧାନ ଶିକ୍ଷୟିତ୍ରୀ ପ୍ରମିତା ପାତ୍ର, ସି ଆର ସି ସି ଧର୍ମରାଜୁ ବେହେରା ପ୍ରଭୃତି ମଞ୍ଚାସୀନ ରହିଥିଲେ। ଏବଂ ପୂର୍ବତନ ସି ଆର ସି ସି ଅରୁଣ କୁମାର ପଣ୍ଡା କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ବକୃତା, ସୃଜନ ଲିଖନ, ଚିତ୍ରାଙ୍କନ, ପୋଷଣ ମେଳା, ଲୋକକଳା ନୃତ୍ୟ, ଲୋକ ସଙ୍ଗୀତ, କୁଇଜ଼ ଇତ୍ୟାଦି ଜୁନିଅର ଏବଂ ସିନିଅର ବିଭାଗ ମଧ୍ୟରେ ହୋଇଥିଲା। କାର୍ଯ୍ୟକ୍ରମରେ ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀ ଆସନ୍ତା ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ ବୋଲି ସି ଆର ସି ସି ମତ ରଖିଛନ୍ତି।

ad-week
Leave A Reply

Your email address will not be published.