ସୀମାନ୍ତରେ ଯବାନଙ୍କ ଗୁଳିରେ ୨୩ ମାଓବାଦୀ ନିହତ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ସୁରକ୍ଷା ବଳକୁ ମିଳିଛି ବଡ ସଫଳତା । ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୨୩ ମାଓବାଦୀ ନିହତ ହୋଇଥିବା ବେଳେ ଅନେକ ମାଓ ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବା ନେଇ ନାରାୟଣପୁର ଏସପି ପ୍ରଭାତ କୁମାର ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ଛତିଶଗଡର ସୁକମା ଓ ବିଜାପୁର ଜିଲ୍ଲାର ସୀମାବର୍ତ୍ତି ଅଂଚଳର ଜଙ୍ଗଲରେ ଓ ଅବୁଝମାଡ ଜଙ୍ଗଲରେ ଡ଼ିଆରଜି, ବସ୍ତର ଫାଇଟର୍ସ, ଜିଲ୍ଲା ପୁଲିସ, ଦନ୍ତେୱାଡ଼ା ପୁଲିସର ମିଳିତ ଦଳ ତଲାସି ଅଭିଯାନ କରୁଥିବା ବେଳେ ନକ୍ସଲ ସହ ମୁଁହାମୁହିଁ ହୋଇଥିଲେ। ଯବାନଙ୍କୁ ଦେଖି ମାଓବାଦୀ ମାନେ ଗୁଳି ଚାଳନା ଆରମ୍ଭ କରିଥିବା ବେଳେ ଯବାନ ମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ।ଦୀର୍ଘ ସମୟ ଧରି ଗୁଳିବିନିମୟ ପରେ ମାଓବାଦୀ ମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ଯାହା ପରେ ଯବାନ ମାନେ ସେଠାରେ ପୁନଃ ତଲାସି ଅଭିଯାନ ବେଳେ ମୋଟ ୨୩ ଜଣ ମାଓବାଦୀଙ୍କ ମର ଶରୀର ଜବତ କରିଥିବା ବେଳେ, ଘଟଣା ସ୍ଥଳରୁ ବନ୍ଧୁକ, ଗୋଳା ବାରୁଦ ଓ ମାଓ ବ୍ୟବହୃତ ସାମଗ୍ରୀ ଜବତ କରିଥିବା ଜଣା ପଡିଛି।

ad-week
Leave A Reply

Your email address will not be published.