ପେନାବାଲି ପ୍ରାଥମିକ ବିଦ୍ୟାଳୟ ଠାରେ ଭାଳିଆପଡ଼ା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ…

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପେନାବାଲି ପ୍ରାଥମିକ ବିଦ୍ୟାଳୟ ଠାରେ ଭାଳିଆପଡ଼ା ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪ ଅନୁଷ୍ଠିତ ହୋଇଯାଇଛି l ପେନାବାଲି କ୍ଲଷ୍ଟର ର ସମସ୍ତ ପ୍ରାଥମିକ ବିଦ୍ୟାଳୟ କୁ ନେଇ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଛି। ସି ଆର ସି ସି ସୁନୀଲ କୁମାର ବେହେରାଙ୍କ ଅଧକ୍ଷତା ଅନୁଷ୍ଠିତ କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ଅଶୋକ ପଟ୍ଟନାୟକ, ପ୍ରଭାତ ରଞ୍ଜନ ପ୍ରଧାନ, ଦୁର୍ଯ୍ୟୋଧନ ଦେହୁରୀ, ଦୀନବନ୍ଧୁ ନାୟକ, ପ୍ରକାଶ ସେଠି, ପ୍ରଶାନ୍ତ ମଲିକ, ଅନିଲ କୁମାର ମଲିକ, ପ୍ରଫୁଲ୍ଲ ସାହୁ, ଇନ୍ଦ୍ରମଣି ନାୟକ, କୁନ୍ତି ମଲିକ, ସ୍ଵାତି ତନୟା ପଣ୍ଡା,ଜୟଚନ୍ଦ୍ର ମଲିକ, ପ୍ରମୁଖ ସହଯୋଗ କରିଥିଲେ। ଓଡ଼ିଶାର ଲୋକକଳା ଓ ଲୋକ ସଂସ୍କୃତି କୁ ନେଇ ନୃତ୍ୟ, ଗିତ, କୁଇଜ, ଚିତ୍ରାଙ୍କନ, ପିଏମ ପୋଷଣ ଚିତ୍ରକଳା ଓ ଶିଳ୍ପକଳା ଭଳି ବିଭିନ୍ନ ପ୍ରତିଯୋଗିତାରେ ଶହେ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ। ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନେ ଆଗାମୀ ଦିନରେ ହେବାକୁ ଥିବା ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

ad-week
Leave A Reply

Your email address will not be published.