ଫୁଲବାଣୀ ସହରରେ ସୃଷ୍ଟି ହେଉଛି ଅଶାନ୍ତ ପରିବେଶ:ବଢୁଚି ଅସାମାଜିକ କାର୍ଯ୍ୟକଳାପ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଠାରେ କିଛି ଦିନ ହେବ ରାତିରେ ବଢୁଚି ଅସାମାଜିକ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଯାହା ସର୍ବସାଧାରଣ ରେ ଚର୍ଚ୍ଚା ହେଉଛି I ତେବେ ଏଥିପାଇଁ ନାଇଟ ପେଟ୍ରୋଲିଂ ବାରମ୍ବାର ହେବା ଆବଶ୍ୟକ ପଡୁଛି ବିଶେଷ କରି ଗଳି ରାସ୍ତା ଗୁଡିକର ଯଥା ପିଅନପଡା ଦୁଇ ବନ୍ଧ ମଝି ରାସ୍ତା,ଦଣ୍ଡ ପାଣି ବନ୍ଧ ରାସ୍ତା, ଫରେଷ୍ଟ କଲୋନୀ ସମ୍ମୁଖ ରାସ୍ତା, ବସଷ୍ଟାଣ୍ଡ, ଫୁଲବାଣୀ ସାହି ଜଗନ୍ନାଥ ମନ୍ଦିର ତଳ ରାସ୍ତା, ଜିଲ୍ଲାପାଳ ବାସଗୃହ ପାଖ ରାସ୍ତା, ଏ ସବୁ ଜାଗାରେ ରାତି ବାରଟା ପରେ କୌଣସି ଜରୁରୀ କାର୍ଯ୍ୟରେ ପରିବାର ଧରି ବାହାରକୁ ବାହାରିବା ଏକ ପ୍ରକାର ଭୟ ଲାଗୁଛି l ପୋଲିସର ନିଷ୍କ୍ରିୟତା ଯୋଗୁଁ ଏଭଳି ଦିନକୁ ଦିନ ଦୁର୍ବୁତ୍ତ ମାନଙ୍କର କାର୍ଯ୍ୟ କଳାପ ବଢିବାକୁ ଲାଗୁଛି ବୋଲି ସହରରେ ଚର୍ଚ୍ଚା ହେଉଛି I ଏଥି ସହିତ ଫୁଲବାଣୀ ସହରରେ ସ୍ପିଡ୍ ବାଇକରଙ୍କ ଯୋଗୁଁ ସାଧରଣ ଲୋକେ ଅସୁବିଧାର ସମୂଖୀନ ହେଉଛନ୍ତି l ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସିସିଟିଭି ସହରରେ ଏମୁଣ୍ଡରୁ ସେମୁଣ୍ଡ ଲଗାଯାଇଥିଲା କିନ୍ତୁ ତାହା ଏବେ କାମ କରୁ ନଥିବାରୁ କ୍ରାଇମ୍ ମଧ୍ୟ ବଢୁଛି l ଆଗକୁ ଦୂର୍ଗା ପୂଜା ଥିବା ଯୋଗୁଁ ଆଇନ୍ ଶୃଙ୍ଖଳା ବିପର୍ଯ୍ୟୟ ହେବାର ସମ୍ଭାବନା ରହିଛି ବୋଲି ବୁଦ୍ଧିଜୀବି ମାନଙ୍କ ମଧ୍ୟରେ ଆଲୋଚନା ହେଉଛି l

ad-week
Leave A Reply

Your email address will not be published.