ମାଥିଲି ବନାଞ୍ଚଳରେ ୭୦ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

add-all

ମାଥିଲି ୦୭/୧୦ : ଆଜି ମାଥିଲି ବନାଞ୍ଚଳ, ଗୋବିନ୍ଦପାଲି କାର୍ଯ୍ୟାଳୟ ଠାରେ ୭୦ ତମ ବନ୍ୟ ପ୍ରାଣୀ ସପ୍ତାହ ତଥା ସଚେତନତା ସଭା ଆୟୋଜନ କରାଯାଇଥିଲା ଏହି କାର୍ଯ୍ୟକ୍ରମ ଟି ଶ୍ରୀ ବାସୁଦେବ ନାୟକ ବନାଞ୍ଚଳ ଅଧିକାରୀ ମାଥିଲି ଙ୍କ ଅଧ୍ୟକ୍ଷତାରେ ହୋଇଥିଲା ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଶ୍ରୀ ବିଘ୍ନ କିର୍ଷାନି ଖଇରପୁଟ ବ୍ଲକ ଅଧ୍ୟକ୍ଷ ଯୋଗ ଦେଇ ଜଙ୍ଗଲ ସୁରକ୍ଷା ବନ୍ୟପ୍ରାଣୀ ସୁରକ୍ଷା ଉପରେ ଉପସ୍ଥିତ ଗ୍ରାମବାସୀ ବନ ସୁରକ୍ଷା ସମିତି ସଭାପତି , ସଭ୍ୟ ମାନେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ । ସେହିପରି ସଭାରେ ସମ୍ମାନିତ ଅତିଥି ରୂପେ ଶ୍ରୀ ଶ୍ରୀନିବାସ ମୁଦୁଲି ଗୋବିନ୍ଦ ପାଲି ସରପଞ୍ଚ,ଶ୍ରୀ ମଧୁସୂଦନ ନାୟକ ଧୁଙ୍ଗିଆପୁଟ ସରପଞ୍ଚ ,କୋମଲି ନାୟକ କୁଟଣିପାଲି ସରପଞ୍ଚ, ସମରା ନାୟକ ପୂର୍ବତନ ସରପଞ୍ଚ କତାପାଲି, ଆମ୍ବାଗୁଦା ସରକାରୀ ଉଚ୍ଚ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଶ୍ରୀମତୀ ଲକ୍ଷ୍ମିବନ୍ତି ବେହେରା,ଶ୍ରୀ ଆନନ୍ଦ ଚାର୍କି ବରିଷ୍ଟ ସାମ୍ବାଦିକ ତଥା ସମାଜସେବୀ , ଶ୍ରୀ ଜଗନ୍ନାଥ ଦଳେଇ ଯୋଗ ଦେଇ ଜଙ୍ଗଲ ସୁରକ୍ଷା ବନ୍ୟପ୍ରାଣୀ ସୁରକ୍ଷା ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମ ଶେଷରେ ବ୍ଲକ ସ୍ତରୀୟ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ରେ ପ୍ରଥମ ଦ୍ବିତୀୟ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ,ସମ୍ମାନୀତ ଅତିଥି ଓ ବନାଞ୍ଚଳ ଅଧିକାରୀଙ୍କ ଦ୍ବାରା ମାନ ପତ୍ର,ଟ୍ରଫି ଓ ପୁସ୍ତକ ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରି ଥିଲେ ସୃଷ୍ଟି ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମୀ ଶ୍ରୀ କିଶୋର ବାବୁ ସେହିପରି ବନବିଭାଗ ର ବନପାଳ, ବନରକ୍ଷୀ, ଆମ ଜଙ୍ଗଲ ଯୋଜନା କର୍ମଚାରୀ, ପାରାଷ୍ଟାଫ, ବନ୍ୟପ୍ରାଣୀ ସୁରକ୍ଷା ସ୍କୁଆଡ ଆଦି ବନ କର୍ମଚାରୀ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.