ନିସର୍ତ୍ତ କଥା ସତ ହେଲା : ନଳବଣ୍ଟାରୁ ଦଶଲକ୍ଷରୁ ଉର୍ଦ୍ଧ ବାଣ ଜବତ, ତିନି ଗିରଫ

add-all

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ମିନି ଶିବାକାଶୀ ରୂପେ ପରିଚିତ ଆସିକା ଥାନା ଇଲାକାର ନଳବଣ୍ଟା ଗ୍ରାମ। ଏଠାରେ ଦୀପାବଳୀ ପାଇଁ ବେଆଇନ ବାଣ ପ୍ରସ୍ତୁତି ଚାଲିଥିବା ନେଇ ନିସର୍ତ୍ତ ରେ ଗତ ୨୪ ତାରିଖ ରେ ଖବର ପ୍ରକାଶ ହୋଇଥିଲା। ଆଜି ଆସିକା ପୋଲିସ ପକ୍ଷରୁ ନଳବଣ୍ଟା ଗ୍ରାମରେ ଚଢ଼ାଉ ହୋଇଥିଲା। ବେଆଇନ ବାଣ ପ୍ରସ୍ତୁତି ର ସର ଞ୍ଜାମ ଓ ବାଣ ପ୍ରାୟ ଦଶ ଲକ୍ଷ ଟଙ୍କାର ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରାଯା ଇଛି। ନଳବଣ୍ଟା ଗ୍ରାମର ବାଣର ଚାହିଦା ଜିଲ୍ଲା ସମେତ ଅନ୍ୟ ଜିଲ୍ଲାରେ ବି ରହିଛି। ଏଠାରେ ବର୍ଷ ତମାମ ଗ୍ରାମର ପିଲାରୁ ବୁଢ଼ା ବିଭିନ୍ନ ବାଣ ପ୍ରସ୍ତୁତି ରେ ଲାଗିପଡନ୍ତି। ଦେଶୀ ବାଣ ରେ ଅଧିକା ଲାଭ ଥିବା ଯୋଗୁଁ ଏହି କାର୍ଯ୍ୟରେ ଅଧିକାଂଶ ଗ୍ରାମବାସୀ ବାଣ ତିଆରି କରି ବିକ୍ରି କରନ୍ତି। ଏହି ବେଆଇନ ବାଣ ପ୍ରସ୍ତୁତି ବେଳେ ବହୁ ଧନ ଜୀବନ ନଷ୍ଟ ହେବାର ନଜିର ରହିଛି। ପ୍ରଶାସନ ପକ୍ଷରୁ ଚଢ଼ାଉ ପୂର୍ବରୁ ମଧ୍ୟ ଗ୍ରାମରେ ଖବର ପହଞ୍ଚିଯିବା ର ମଧ୍ୟ ଚର୍ଚ୍ଚା ହେଉଛି। ଯାହାର ଫାଇଦା ବେଆଇନ ବାଣ ଗୁଡ଼ିକୁ ଗୁପ୍ତ ସ୍ଥାନରେ ବାଣ ପ୍ରସ୍ତୁତ କରି ମହଜୁଦ କରି ରଖିଥିବା ନେଇ ଚର୍ଚ୍ଚା ହେଉଛି।

ad-week
Leave A Reply

Your email address will not be published.