ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସରେ ବୋମା ଆତଙ୍କ; ଅଟକିଲା ଟ୍ରେନ୍‌

add-all

ନୂଆଦିଲ୍ଲୀ : ଟ୍ରେନରେ ଆତଙ୍କବାଦୀମାନେ ନେଇଯାଉଛନ୍ତି ବିସ୍ଫୋରକ। ଏହା ଜଣାପଡ଼ିବା ପରେ ଉତ୍ତରପ୍ରଦେଶର ତୁଣ୍ଡଲା ରେଳ ଷ୍ଟେସନରେ ଆଜି ସକାଳେ ତିନି ଘଣ୍ଟାରୁ ଅଧିକ ସମୟ ଅଟକି ରହିଥିଲା ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ ଟ୍ରେନ୍। ଡଗ୍ ସ୍କ୍ବାଡ୍ ଏବଂ ମେଟାଲ ଡିଟେକ୍ଟର ସାହାଯ୍ୟରେ ଟ୍ରେନରେ ଯାଞ୍ଚ କରାଯାଇଥିଲା। ହେଲେ କିଛି ମିଳି ନଥିଲା।
କିଛି ସନ୍ଦିଗ୍ଧ ଆତଙ୍କବାଦୀ ବିସ୍ଫୋରକ ସାମଗ୍ରୀ ସହିତ ଟ୍ରେନରେ ଯାତ୍ରା କରୁଛନ୍ତି ବୋଲି ସୋଶାଲ ମିଡିଆରେ ‘X’ରେ ସୂଚନା ମିଳିଥିଲା। ଏଥିସହ ଆତଙ୍କବାଦୀ ବିସ୍ଫୋରକ ସମାଗ୍ରୀକୁ ଏୟାର ଇଣ୍ଡିଆ ଦିଲ୍ଲୀ-ଲେହ ବିମାନରେ ଲଗାଇବେ ବୋଲି ଜଣାପଡ଼ିଥିଲା।
ଏହା ଜଣାପଡ଼ିବା ପରେ. ସମସ୍ତ କୋଚରେ ଥିବା ଯାତ୍ରୀଙ୍କ ମଧ୍ୟରେ ସଙ୍ଗେ ସଙ୍ଗେ ଆତଙ୍କ ଖେଳିଯାଇଥିଲ। ଡଗ୍ ସ୍କ୍ବାଡ୍ ଏବଂ ମେଟାଲ ଡିଟେକ୍ଟର ସାହାଯ୍ୟରେ ଯାଞ୍ଚ ପରେ କିଛି ମିଳି ନଥିଲା। ତେବେ କିଏ ଓ କାହିଁକି ସୋଶାଲ ମିଡିଆରେ ‘X’ରେ ଏପରି ମିଛ ସୂଚନା ଦେଇଥିଲା ତାହା ଜଣାପଡ଼ିନାହିଁ। ରେଳ ବିଭାଗ ଘଟଣାର ତଦନ୍ତ କରୁଛି।

ad-week
Leave A Reply

Your email address will not be published.