ଭାରତ ତିଆରି କରିବ ୨ଟି ପରମାଣୁ ଶକ୍ତି ସମ୍ପନ୍ନ ବୁଡ଼ାଜାହାଜ

add-all

ନୂଆଦିଲ୍ଲୀ : ଭାରତ ନିର୍ମାଣ କରିବ ୨ଟି ପରମାଣୁ ଶକ୍ତିସମ୍ପନ୍ନ ବୁଡ଼ାଜାହାଜ। ସ୍ଵଦେଶୀ ଜ୍ଞାନକୌଶଳରେ ଏହା ତିଆରି କରାଯିବ। ଭାରତ ସରକାରଙ୍କ କ୍ୟାବିନେଟ କମିଟି ଅନ୍‌ ସିକ୍ୟୁରିଟି (ସିସିଏସ) ଏ ନେଇ ଅନୁମତି ପ୍ରଦାନ କରିଛି। ଏହାଦ୍ଵାରା ଭାରତୀୟ​‌ ନୌସେନାକୁ ଅଧିକ ଶକ୍ତି ମିଳିବ। ଉଭୟ ସାମରିକ ଏବଂ ଆକ୍ରମଣାତ୍ମକ କ୍ଷମତା ବୃଦ୍ଧି ପାଇବ।
ବିଶାଖାପାଟଣାସ୍ଥିତ ଜାହାଜ ନିର୍ମାଣ କେନ୍ଦ୍ରରେ ଏହି ବୁଡ଼ାଜାହାଜ ନିର୍ମାଣ କରାଯିବ। ଏଥିପାଇଁ ଘରୋଇ କମ୍ପାନୀ ଲାର୍ସନ ଆଣ୍ଡ ଟର୍ବୋର ସହାୟତା ନିଆଯାଇପାରେ। ୯୫ ପ୍ରତିଶତ ସ୍ଵଦେଶୀ ଜ୍ଞାନକୌଶଳର ଉପଯୋଗ କରାଯିବ। ଅରିହନ୍ତ ଶ୍ରେଣୀର ବୁଡ଼ାଜାହାଜଠାରୁ ଏହା ଅଲଗା ହେବ। ଉଚ୍ଚସ୍ତରୀୟ ଜାହାଜ ପ୍ରଯୁକ୍ତିବିଦ୍ୟା ପ୍ରକଳ୍ପ ଅଧୀନରେ ଏହାର ନିର୍ମାଣ କରାଯିବ।

ad-week
Leave A Reply

Your email address will not be published.