ରାଇରଙ୍ଗପୁରରେ ଦୁର୍ଗାପୂଜା ଉପଲକ୍ଷେ ଚୈତନ୍ୟ ଝାଙ୍କି ଉଦଘାଟିତ

add-all

ରାଇରଙ୍ଗପୁର : ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ବରୀୟ ବିଶ୍ୱ ବିଦ୍ୟାଳୟ, ମୁଖ୍ୟାଳୟ ମାଉଣ୍ଟ ଆବୁ, ରାଇରଙ୍ଗପୁର ଶାଖା ପକ୍ଷରୁ ରାଇରଙ୍ଗପୁର ହସ୍ପିଟାଲ ଛକ ନିକଟରେ ଏକ ଚୈତନ୍ୟ ଝାଙ୍କି ଉଦଘାଟିତ ହୋଇଯାଇଛି l ଉକ୍ତ ଚୈତନ୍ୟ ଝାଙ୍କି ରାଇରଙ୍ଗପୁର ଶାଖାର ମୁଖ୍ୟ ସଂଚାଳିକା ବିକେ ସୁପ୍ରିୟା ଭଉଣୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଅବସର ପ୍ରାପ୍ତ ଏସ ଡି ଏମ ଓ,ଡାକ୍ତର ପି ଏସ ମାଣିକେଶ୍ବରୀ,ସମ୍ମାନିତ ଅତିଥି ଭାବରେ ଝରାଡ଼ିହି ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଜିଲ୍ଲା ଜୁନିଅର ରେଡକ୍ରସ ଅଧିକାରୀ ସ୍ମୃତି ରଞ୍ଜନ ପାଣି, ମୟୂରଭଞ୍ଜ ଜିଲ୍ଲା ଇକୋ କ୍ଲବର ମାଷ୍ଟର ଟ୍ରେନର ତଥା ଜିଲ୍ଲା ସଂଯୋଜକ ଡ଼କ୍ଟର ରମାକାନ୍ତ ମହାନ୍ତ ପ୍ରମୁଖ ଯୋଗଦାନ କରି ଚୈତନ୍ୟ ଝାଙ୍କିର ଶୁଭ ଉଦଘାଟନ କରିଥିଲେ l ଏହି ଚୈତନ୍ୟ ଝାଙ୍କିର ମୁଖ୍ୟ ପାଟଳିପୁରା ଗୀତା ପାଠଶାଳାର ବରିଷ୍ଠ ରାଜଯୋଗୀ ବିକେ ଭାସ୍କର ଏବଂ ସହଯୋଗୀ ବାଲିପାଳ ଗୀତାପାଠ ଶାଳାର ଯୁବ ରାଜଯୋଗୀ ବିକେ ଜୟନ୍ତ ଅତି ସୁନ୍ଦର ଆକର୍ଷଣୀୟ ଶିକ୍ଷଣୀୟ ଭାବରେ ପ୍ରସ୍ତୁତ କରିଥିଲେ l ଚୈତନ୍ୟ ଝାଙ୍କିକୁ ପରିଚାଳନା କରିଥିଲେ ରାଜଯୋଗିନୀ ବ୍ରହ୍ମା କୁମାରୀ ଉଷା lକାର୍ଯ୍ୟକ୍ରମ ଆୟୋଜନ କରିବାରେ ସହଯୋଗ କରିଥିଲେ ,ବିକେ ମିନତୀ, ବିକେ ମମତା,ବିକେ ରଶ୍ମି,ବିକେ ଦିଗମ୍ବର, ବିକେ ଧ୍ରୁବ,ବିକେ ଦୀପକ, ବିକେ ଶରତ, ବିକେ କଟି,ବିକେ ସନ୍ତୋଷ, ବିକେ ମଙ୍ଗଳ,ଏବଂ ଅନ୍ୟମାନେ l ଶହ ଶହ ଦର୍ଶକ ଏହି ଚୈତନ୍ୟ ଝାଙ୍କି ଦେଖି ଈଶ୍ୱରୀୟ ଜ୍ଞାନ ଲାଭ କରିଥିଲେ l ଏହି ଚୈତନ୍ୟ ଝାଙ୍କି ଆସନ୍ତା ଏଗାର ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ବରିଷ୍ଠ ରାଜଯୋଗୀ ବିକେ ଦିଗମ୍ବର ଭାଇ ସୂଚନା ଦେଇଛନ୍ତି ll ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ

ad-week
Leave A Reply

Your email address will not be published.