
ଫୁଲବାଣୀ : ଶ୍ରୀଯୁକ୍ତ ସତ୍ୟପୀର ମିଶ୍ର, ଜିଲ୍ଲା ଓ ଦୌରା ଜଜ୍ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀଙ୍କ ନିର୍ଦ୍ଧେଶ କ୍ରମେ ଆଜି ଫୁଲବାଣୀ ମଣ୍ଡଳ କାରାଗାର ପରିସର ମଧ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଫୁଲବାଣୀ ଦ୍ଵାରା ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ପାଳନ କରାଯାଇଥିଲା। ଉକ୍ତ ସଭାରେ ଶ୍ରୀଯୁକ୍ତ ସତ୍ୟପୀର ମିଶ୍ର, ଜିଲ୍ଲା ଓ ଦୌରା ଜଜ୍, ଫୁଲବାଣୀ, ଶ୍ରୀମତୀ ବିଶ୍ଵକଲ୍ୟାଣୀ ମିଶ୍ର, ଫୁଲବାଣୀ ମହିଳା ଅଦାଲତ ବିଚାରପତି, ଶ୍ରୀମତୀ ଅନୁଶୀଲା ରୟ, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ, ଶ୍ରୀ ନିରୋଦ କୁମାର ପାତ୍ର, ସଭାପତି, ବାର ଆସୋସିଏସନ, ଫୁଲବାଣୀ, ଶ୍ରୀମତୀ ଜୟନ୍ତୀ ପାଣିଗ୍ରାହୀ, ଲିଗାଲ ଏଡ ଡିଫେନସେ କାଉନ୍ସେଲ, ଫୁଲବାଣୀ, ଆଇନଜୀବୀ ଶ୍ରୀ ତୁଷାରକାନ୍ତ ନାୟକ, ଶ୍ରୀ ଅନୁପ ନାରାୟଣ ନାୟକ, ଶ୍ରୀ ବଳଭଦ୍ର ଦୀପ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର, ଚକ୍ଷୁ ବିଶେଷଜ୍ଞ ଡାକ୍ତର ଶ୍ରୀ ଅରବିନ୍ଦ ଦାସ, ଡ଼ାକ୍ତର ଶ୍ରୀ ବିଜୟ କୃଷ୍ଣ ମିଶ୍ର, ଶ୍ରୀମତୀ ତପସ୍ଵିନୀ ଆଚାର୍ଜ୍ୟ, କ୍ଲିନିକାଲ ସାଇକୋଲୋଜିସ୍ଟ, ଶ୍ରୀ ସଦାଶିବ ପାତ୍ର, ଶିଶୁ ମଙ୍ଗଳ ସମିତି ସଦସ୍ୟ, ଫୁଲବାଣୀ, ଶ୍ରୀ ହେମନ୍ତ କୁମାର ସେଠୀ, ଫୁଲବାଣୀ ମଣ୍ଡଳ କାରାଗାର ଅଧିକ୍ଷକ ଓ ମଣ୍ଡଳ କାରାଗାରର ସମସ୍ତ ଅନ୍ତେବାସୀ ଉପସ୍ଥିତ ଥିଲେ। ଏହି ସଚେତନତା ଶିବିରରେ ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ପାଳନ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତୃତ ଭାବେ ଉପସ୍ଥାପନ କରାଯାଇଥିଲା । ମଣିଷ ଅନେକ ସମୟରେ ପରିସ୍ଥିତି ଚାପରେ ମାନସିକ ଆଘାତର ସମ୍ମୁଖୀନ ହୋଇଥାଏ । ଏପରିକି ଚରମ ପଥ ନେବାକୁ ପଛାଏ ନାହିଁ । ତେବେ ପରିସ୍ଥିତିର ମୁକାବିଲା କରିବା ସହ ସମସ୍ତ ନକାରାତ୍ମକ ଦିଗକୁ ତ୍ୟାଗ କରିବା ପାଇଁ ଉପଦେଶ ଦିଆଯାଇଥିଲା । ଯୋଗ, ପ୍ରାଣାୟମ, ଧ୍ୟାନ ଦ୍ବାରା କେମିତି ମାନସିକ ଚାପକୁ ଆୟତ କରାଯାଇ ପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା । ଉତ୍ତମ ମାନସିକ ସ୍ବାସ୍ଥ୍ୟର ମହତ୍ତ୍ବ ବିଷୟରେ ସଚେତନତା ସୃଷ୍ଟି କରିବା ଓ ମାନସିକ ସୁସ୍ଥତାର ସୁରକ୍ଷା ତଥା ଯତ୍ନ ନେବା ପାଇଁ ଏହି ଦିବସରେ ସମସ୍ତଙ୍କୁ ଦିଗଦର୍ଶନ ଦିଆଯାଇଥିଲା l ଶ୍ରୀମତୀ ଅନୁଶୀଲା ରୟ, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ ଉକ୍ତ ସଚେତନତା ଶିବିରକୁ ପରିଚାଳନା କରିଥିବା ବେଳେ ଫୁଲବାଣୀ ମଣ୍ଡଳ କାରାଗାର, ଜେଲର ଶ୍ରୀମତୀ ଶର୍ମିଷ୍ଠା ପୃଷ୍ଟି କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।