ମାଲକାନଗିରି : ମାଲକାନଗିରି ଥାନା ଅନ୍ତର୍ଗତ ଏମ.ଭି.-8 ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ବେକ କାଟି ହତ୍ୟା l ସୂଚନା ଅନୁଯାଇ ମାଲକାନଗିରି ସଦର ଚାଲାଣଗୁଡା ପଂଚାୟତ ଅନ୍ତର୍ଗତ ଗନ୍ଧିପାଲ୍ଲୀ ଛକ ଠାରେ ମିଲନ ମଜୁମଦାର ନାମକ ଜଣେ ବ୍ୟକ୍ତି ବିବାହ ପରେ ଦୀର୍ଘ 8ରୁ10ବର୍ଷ ହେବ ରହି ଆସୁଥିଲେ ତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ l ଗତ ସୋମବାର ରାତିରେ ମିଲନ ମଜୁମଦାରକୁ କେହି ହତ୍ୟା କରି ମନସା କଲୋନୀ ଗାଁ ନିକଟସ୍ଥ ଖେଳ ପଡ଼ିଆରେ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଛି l ହତ୍ୟାକାରୀମାନେ ଏକ ଧାରୁଆ ଅସ୍ତ୍ରରେ ମିଲନଙ୍କ ମୁଣ୍ଡ ପଛ ପଟେ ଏବଂ ବେକରେ ଗଭୀର ଆଘାତ କରିଥିଲେ ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି l ସୋମବାର ରାତିରେ ଏହି ହତ୍ୟାକାଣ୍ଡ ହୋଇଥିବା ବେଳେ ମଙ୍ଗଳବାର ସକାଳେ ମାଲକାନଗିରି ପୁଲିସକୁ ଖବର ମିଳିବା ପରେ ଘଟଣା ସ୍ଥଳରେ ମାଲକାନଗିରି ଆଦର୍ଶ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି l ବର୍ତ୍ତମାନ ସୁଦ୍ଧା ହତ୍ୟାକାରି ଧରା ପଡିନଥିବା ବେଳେ ହତ୍ୟାର କାରଣ ମଧ୍ୟ ଜଣା ପଡିନାହିଁ l ଘଟଣା ସ୍ଥଳରେ ମଦ ବୋତଲ,ଜୋତା,ପଡି ରହିଥିବା ଦେଖିବାକୁ ମିଳିଛି l ମୃତ ମିଲନ ମଜୁମଦାରଙ୍କ ସମ୍ପର୍କୀୟଙ୍କ କହିବା ଅନୁଯାଇ ସେ ସୋମବାର ରାତିରେ ତାଙ୍କର ସାଙ୍ଗ ଫୋନ କରି ଡାକିବା ପରେ ସେ ଘରୁ ଯାଇଥିଲେ ତା ପରେ ସେ ଘରକୁ ଫେରିନଥିଲେ ମଙ୍ଗଳବାର ସକାଳ ସମୟରେ ଜାଣିବାକୁ ପାଇଲେ ଯେ ତାଙ୍କୁ କେହି ହତ୍ୟା କରି ଦେଇଛନ୍ତି l ସମ୍ପର୍କୀୟ ଏବଂ ଗ୍ରାମବାସୀ ମିଲନଙ୍କୁ ହତ୍ୟା କରିଥିବା ହତ୍ୟାକାରୀଙ୍କୁ ତୁରନ୍ତ ପୁଲିସ ଗିରଫ କରିବାକୁ ଦାବି କରିଛନ୍ତି l ଏହି ହତ୍ୟାକାଣ୍ଡ କେଉଁ କାରଣରୁ ହୋଇଛି ତାହା ଜଣାପଡି ନଥିବା ବେଳେ ମାଲକାନଗିରି ପୁଲିସ ତଦନ୍ତ ଜାରି ରଖିଥିବା ଜଣାପଡିଛି l
