କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ ଟ୍ରଷ୍ଟ ଦ୍ଵାରା ରିଲିଫ ସାମଗ୍ରୀ ବଣ୍ଟନ

add-all

ଫୁଲବାଣୀ : ଫୁଲବାଣୀ ବ୍ଲକ ଅନ୍ତର୍ଗତ ଉର୍ମାଗଡ଼ ଠାରେ କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ ଟ୍ରଷ୍ଟ ଆନୁକୂଲ୍ୟରେ ଭାରତୀୟ ରେଡକ୍ରସ ସଂସ୍ଥା,ଭୁବନେଶ୍ୱର ଦ୍ୱାରା ପ୍ରଦତ୍ତ ରିଲିଫ ସାମଗ୍ରୀ ସମାଜର ଗରିବ, ନିଷ୍ପେସିତ, ଭିନ୍ନକ୍ଷମ ତଥା ଦାରିଦ୍ର ସୀମା ରେଖା ତଳେ ଥିବା ପରିବାର ଗୁଡିକୁ ବଣ୍ଟନ କରାଯାଇଥିଲା l ଏଥିରେ କମ୍ବଳ, ପାଲ, ଲୁଙ୍ଗି, ଗାମୁଛା, ବାଲଟି ଓ ଶାଢ଼ୀ ଇତ୍ୟାଦି ସାମିଲ ଥିଲା l ଏହି କାଯ୍ୟକ୍ରମରେ ରେଡ କ୍ରସ ସମିତିର ଅବୈତନିକ ସମ୍ପାଦକ ତଥା ଝାରସୁଗୁଡା ଜିଲ୍ଲା ର ପୂର୍ବତନ ଜିଲ୍ଲାପାଳ ବିଭୁତି ଭୂଷଣ ପଟ୍ଟନାୟକ, ଜିଲ୍ଲାମୁଖ୍ୟ ଚିକିଛାଧିକାରୀ ଡାଃ. ବିଜୟ କୁମାର ପଣ୍ଡା, ସଂସ୍ଥାର ସଭାପତି ଦିଲ୍ଲୀପ କୁମାର ସାହାଣୀ, ଉପସଭାପତି ଦ୍ୱୟ ସୁବାସ ଚନ୍ଦ୍ର ପ୍ରଧାନ ଓ ଶୁଭେନ୍ଦୁ ତ୍ରିପାଠୀ, ସମ୍ପାଦକ କାର୍ତ୍ତିକ ନାୟକ, କୋଷାଧକ୍ଷ ବିଷ୍ଣୁ ଚରଣ ପ୍ରଧାନ, ପରାମର୍ଶ ଦାତା ପିତାମ୍ବର ସାହୁ, ଶ୍ରମିକ ନେତା ଘନ ଶବର, କଟ୍ରିଙ୍ଗିଆ ସରପଞ୍ଚ ପ୍ରତିଭା କଂହର,ବରିଷ୍ଟ ସାମ୍ୱାଦିକ ବି ଭି ଶଙ୍କର , ଭାଗିରଥି ବେହେରା ଓ ଗ୍ରାମର ବହୁ ସ୍ବେଛାସେବୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଶତାଧିକ ପରିବାର ବର୍ଗ ଙ୍କୁ ବଣ୍ଟନ କରା ଯାଇଥିଲା।

ad-week
Leave A Reply

Your email address will not be published.