୨ ଜୁଆ ଆଡ୍ଡା ଉପରେ ଚଢ଼ାଉ : ୧୦ ଜୁଆଡି ଗିରଫ, ୪୧ ହଜାର ଟଙ୍କା ଜବତ

add-all

ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲାରେ ପାର୍ବଣ ସମୟରେ ବିଭିନ୍ନ ସ୍ଥାନରେ ଜୁଆ ଖେଳର ଆସର ଜମୁଛି। ପୁଲିସ ନଜର ସତ୍ତ୍ବେ ଜୁଆଡି ମାନେ ଲୁଚାଛପାରେ ଜୁଆଖେଳର ଆସର ଜମାଉଥିବା ଦେଖିବାକୁ ମିଳିଛି। ଚଳିତ ପାର୍ବଣ ଋତୁରେ ହିଞ୍ଜିଳି ଥାନା ପୁଲିସ ପ୍ରଶାସନ ପକ୍ଷରୁ କୈାଣସି ଆଖିଦୃଶିଆ ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇନାହିଁ। ହେଲେ କୁମାର ପୂର୍ଣିମା ପୂର୍ବ ଦିନ ମଙ୍ଗଳବାର ବିଳମ୍ବିତ ରାତିରେ ହିଞ୍ଜିଳି ପୁଲିସ ସ୍ଥାନୀୟ ଥାନା ଇଲାକାର ୨ଟି ପୃଥକ ସ୍ଥାନରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଛି । ଚଢ଼ାଉ ସମୟରେ ୧୦ ଜଣ ଜୁଆଡିଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୪୧ ହଜାର ୫୪୦ ଟଙ୍କା ଜବତ କରିଛି। ଏ ନେଇ ହିଞ୍ଜିଳି ଥାନାରେ କେସ ନଂ – ୮୫୮/୨୪ ଓ ୮୫୯/୨୪ ରେ ୨ଟି ମାମଲା ରୁଜୁ କରିଛି। ଆଗାମୀ ଦିନରେ ଜୁଆ ଆଡ୍ଡା ଉପରେ ଚଢ଼ାଉ ଜାରୀ ରହିବ ବୋଲି ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି। ଚଢ଼ାଉରେ ଥାନା ଏସଆଇ ସିଦ୍ଧାର୍ଥ‌ ଜେନା, ସୁରେଶ ସାହୁ, ସୁନିଲ କଣ୍ଡୋଗିରି, ଏଏସଆଇ କାଳିଚରଣ ସ୍ବାଇଁ, ମନୋଜ ସେନାପତି, ବସନ୍ତ ଉପାଧ୍ୟାୟ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ad-week
Leave A Reply

Your email address will not be published.