ପିଶାଚ ସ୍ଵାମୀର ଜଘନ୍ୟ କାଣ୍ଡ , ସ୍ତ୍ରୀର ଗଳାକାଟି ହତ୍ୟା ଉଦ୍ୟମ

add-all

କାଲିମେଳା (୧୬/୧୦) : ଘରୋଇ କଳିରୁ ପିଶାଚ ସ୍ବାମୀର ଜଘନ୍ୟ କାଣ୍ଡ । ସ୍ତ୍ରୀ କୁ ହତ୍ୟା ଉଦ୍ୟମ କରି ଗଳା କାଟିଲା ନୃଶଂସ ସ୍ଵାମୀ । ଏପରି ଏକ ଅମାନୁଷିକ କାଣ୍ଡ ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମପିଭି ୨୩ ଗାଁରେ ଘଟିଛି । ଘରୋଇ କଳି କାରଣରୁ ପିଶାଚ ସ୍ଵାମୀ ବିଭାସ ମିର୍ଦ୍ଧା ( ୩୫) ସ୍ତ୍ରୀ ମୋନିକା ମିର୍ଦ୍ଧା (୩୦) ର ଗଳା କାଟିଦେଇଛି । ମିଳିଥିବା ସୂଚନା ଅନୁସାରେ କାଲିମେଳା ଥାନା ଅନ୍ତର୍ଗତ ଏମ ଭି ୬୬ ଗାଁ ର ବିଭାସ ମିର୍ଦ୍ଧା ବୁଧବାର ସକାଳ ପ୍ରାୟ ୯ ଟା ସମୟରେ ସ୍ତ୍ରୀ ମୋନିକା ନିଜ ବାପା ଘର ଏମପିଭି ୨୩ ଗ୍ରାମରେ ରହିଥିବା ବେଳେ ଅଚାନକ ଆସି ସ୍ତ୍ରୀର ବେକକୁ ଏକ ବ୍ଲେଡ ସାହାଯ୍ୟରେ କାଟି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଘରଲୋକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୋନିକାଙ୍କୁ ପ୍ରଥମେ କାଲିମେଳା ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମାଲକାନଗିରି ମେଡିକାଲକୁ ସ୍ଥାନାନ୍ତର କରା ଯାଇଥିବାର ଜଣାପଡିଛି । ଅନ୍ୟପଟେ ସ୍ୱାମୀ ବିଭାସ ମିର୍ଦ୍ଧା କାଲିମେଳା ଥାନାରେ ଆତ୍ମସମର୍ପଣ କରିଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଥିବାର ସୂଚନା ମିଳିଛି ।

ad-week
Leave A Reply

Your email address will not be published.