ଏମଭି ୮ଗ୍ରାମରେ ହୋଇଥିବା ହତ୍ୟାକାଣ୍ଡ ଉପରୁ ପର୍ଦ୍ଦା ଉଠାଇଲା ପୋଲିସ, ହତ୍ୟାକାରୀ ମିଳନ ଗିରଫ

add-all

ମାଲକାନଗିରି : ମାଲକାନଗିରି ବ୍ଲକ୍ ଅନ୍ତର୍ଗତ ଏମ.ଭି.-8 ଗ୍ରାମରେ ୧୪ତାରିଖରେ ହତ୍ୟାକାଣ୍ଡ କୁ ନେଇ ଆଜି ପର୍ଦା ଉଠାଇଛି ମାଲକାନଗିରି ପୋଲିସ । ମିଲନ ମଜୁମଦାର ନାମକ ଜଣେ ବ୍ୟକ୍ତିଙ୍କୁ କେହି ହତ୍ୟା କରି ମନସା କଲୋନୀ ଗାଁ ନିକଟସ୍ଥ ଖେଳ ପଡ଼ିଆରେ ଫିଙ୍ଗି ଦେଇଥିବା ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମାଲକାନଗିରି ଆଦର୍ଶ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ଆଜି ହତ୍ୟାକାଣ୍ଡ ଉପରୁ ପ୍ରରଦା ଉଠିଛି । ଆଜି ମାଲକାନଗିରି ପୁଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟମରେ ଏସ୍ ଡି ପିଓ ସଚିନ ପାଟିଲ କହିବା ଅନୁଯାୟୀ ଏମ୍ଭି୭ ଗ୍ରାମର ଆସାମୀ ବିଧାନ ମଣ୍ଡଲ ଙ୍କ ସହ ମଦ୍ୟପାନ ସମୟରେ ବିଧାନଙ୍କ ସ୍ତ୍ରୀ ଉପରେ ମିଳନ ମଜୁମଦାର ଅଭଦ୍ର ବକ୍ତବ୍ୟକୁ ନେଇ ଅସନ୍ତୁଷ୍ଟ ରହିବା ସହ ପ୍ରତିଶୋଧ ପ୍ରରାୟଣ ହୋଇ ୧୪ତାରିଖ ଦିନ ସନ୍ଧ୍ୟରେ ମଦପିଇବା କୁ ଡାକିନେଇ ଆଗରୁ ଲୁଚା ରଖିଥିବା ଧାରୁଆ ଅସ୍ତ୍ରରେ ମିଳନ ମଜୁମଦାର କୁ ମୁଣ୍ଡ ଓ ହାତରେ ଆଘାତ ଦେଇ ହତ୍ୟା କରିବା ସହ ଘଟଣାକୁ ଲୁଚାଇବା ପାଇ ସୁନାଚେନ ଲୁଟ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଅସ୍ତ୍ରକୁ ଏକ ଗାଡିମଧ୍ୟରେ ଲୁଚାଇ ରଖିଥିଲା । ପୋଲିସ ଅଭିଯୁକ୍ତ କୁ ଗିରଫ କରିବା ସହ ହତ୍ୟାକାଣ୍ଡ ରେ ବ୍ୟବହୃତ ଅସ୍ତ୍ର ଓ ଲୁଟ ସୁନାଚେନ କୁ ଜବତ କରିଛି । ଏହି ହତ୍ୟାକାଣ୍ଡ ରେ ଅନ୍ୟ କେହି ସାମିଲ ଅଛି କି ନାହିଁ ସେ ବିଷୟରେ ତଦନ୍ତ ଜାରୀ ରହିଥିବା ଏସ୍ ଡି ପିଓ ସଚିନ ପାଟିଲ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଆଜିର ସାମ୍ବାଦିକ ସମ୍ମିଳନୀରେ ଆଦର୍ଶ ଥାନା ଅଧିକାରୀ ରିଗାନ କିଣ୍ଡୋ ମଧ୍ୟ ଉପସ୍ଥିତ ରହିଥିଲେ ।

ad-week
Leave A Reply

Your email address will not be published.