ରାଜ୍ୟସ୍ତରୀୟ ଜୁଡୋ ଚାମ୍ପିଅନସିପରେ ଜିଲ୍ଲା ପାଇଁ ଗୌରବ ଆଣିଥିବା ଖେଳାଳୀ ଜିଲ୍ଲାପାଳଙ୍କ ଦ୍ଵାରା ସମ୍ମାନିତ

add-all

ମାଲକାନଗିରି : ଅକ୍ଟୋବର୮ ରୁ ୧୨ ଅକ୍ଟୋବର ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାର କେଟି ଗ୍ଲୋବାଲ୍ ସ୍କୁଲ ପରିସର ମଧ୍ୟରେ ରାଜ୍ୟ ସ୍ତରୀୟ ଜୁଡୋ ଚାମ୍ପିଅନସିପ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରେ ମାଲକାନଗିରି ଜିଲ୍ଲାର ଖେଳାଳୀ ବିଭିନ୍ନ ବର୍ଗରେ ଭାଗନେବା ସହିତ ମାଲକାନଗିରି ଜିଲ୍ଲା ପାଇଁ ଗୋଟିଏ ସ୍ଵର୍ଣ୍ଣ ଦୁଇଟି ରୌପ୍ୟ ଏଵଂ ଚାରୋଟି ବ୍ରୋଞ୍ଜ ମେଡାଲ ଆଣି ଗୌରବ ସାଉଁଟିଥିବା ସମସ୍ତ ଖେଳାଳୀ ଙ୍କ ମନୋବଳ କୁ ବଢ଼ାଇବାପାଇଁ ଆଜି ମାଲକାନଗିରି ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ଵର ପାଟିଲ ନିଜ କାର୍ଯ୍ୟାଳୟ କକ୍ଷରେ ସମସ୍ତ ଖେଳାଳୀ ଙ୍କ ସହିତ ସ୍ବତନ୍ତ୍ର ସାକ୍ଷାତ ମାଧ୍ୟମରେ ଭାବର ଆଦାନ ପ୍ରଦାନ କରି ସେମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରି ପ୍ରୋତ୍ସହନ ଦେବା ସହିତ ଉଜ୍ବଳ ଭବିଷ୍ୟତ ର କାମନା କରିଥିଲେ। ଏହି କାର୍ଯ୍ୟ କ୍ରମରେ ଜିଲ୍ଲା ପ୍ରଶାସନର ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଦବର ପ୍ରଧାନ, ଏଵଂ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ନରେଶ ଚନ୍ଦ୍ର ଶବର ଙ୍କ ସମେତ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ମାଧବ ପାଙ୍ଗି ଉପସ୍ଥିତ ରହି ସମସ୍ତ ଖେଳାଳୀ ଙ୍କୁ ଶୁଭ କାମନା ଜଣାଇ ଥିଲେ।

ad-week
Leave A Reply

Your email address will not be published.