ଗାଧେଇବା ଘରୁ ଯୁବତୀର ମୃତ ଶରୀର ଉଦ୍ଧାର…

add-all


ବାଲିଗୁଡା,:ଗାଧେଇବା ଘରୁ ଯୁବତୀ ର ମୃତ ଶରୀର ଉଦ୍ଧାର ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ପଣସପଡ଼ି ଠାରେ। ସୂଚନା ଅନୁଯାଇ ପଣସପଡ଼ି ଠାରେ ଏକ ଭଡା ଘରେ ଈପସିତା ପଟନାୟକ (୨୪) ନିଜ ପରିବାର ସହିତ ରହୁଥିଲେ। ହଠାତ ଘର ଲୋକେ ଈପସିତା ର ମୃତ ଶରୀର ଗାଧେଇବା ଘରୁ ଦେଖିବା ପରେ ସଙ୍ଗେ ସଙ୍ଗେ ବାଲିଗୁଡା ପୋଲିସ କୁ ଖବର ଦେଇଥିଲେ। ଖବର ପାଇ ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀରକୁ ଜବତ କରି ଶବ ବ୍ୟବଚ୍ଛେଦ କରିବା ନିମନ୍ତେ ଉପଖଣ୍ଡ ସ୍ଵାସ୍ଥ୍ୟ କେନ୍ଦ୍ର କୁ ପଠାଇ ଥିଲେ। ଏ ନେଇ ବାଲିଗୁଡା ପୋଲିସ ପକ୍ଷରୁ ଏକ ମାମଲା କେଶ ନଂ. ୨୧/୨୪ ପ୍ରକାରେ ରୁଜୁ କରି ତଦନ୍ତ ଜାରି ରଖିଥିବା ବିଷୟ ବାଲିଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.