ନଦୀ କୂଳରୁ ବୃଦ୍ଧାଙ୍କ ମରଶରୀର ଉଦ୍ଧାର

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ନାୟକଗୁଡା ପଞ୍ଚାୟତ ତମଗୁଡା ଗ୍ରାମର ନଦୀ କୂଳରୁ ବୃଦ୍ଧାଙ୍କ ମର ଶରୀର ଉଦ୍ଧାର କଲେ ମାଥିଲି ବ୍ଲକ ଅଧ୍ୟକ୍ଷ ମହେଶ କୁମାର ବାକା ଓ ନାୟକଗୁଡା ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀ ବାକାଙ୍କ ସ୍ୱାମୀ ଲଛିମ ବାକା।

ସୂଚନା ଅନୁଯାୟୀ ନାୟକଗୁଡା ପଞ୍ଚାୟତ ତମଗୁଡା ଗ୍ରାମର ନଦୀ କୂଳରେ ଗୋଟିଏ ବୃଦ୍ଧାଙ୍କ ମର ଶରୀର ଥିବା ଦେଖି ପ୍ରଥମେ ଅଗ୍ନିଶମ ବାହିନୀକୁ ଫୋନ ଯୋଗେ ଜଣାଇବା ପରେ ସଙ୍ଗେ ସଙ୍ଗେ ମାଲକାନଗିରି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ପରେ ଅଧ୍ୟକ୍ଷ ଶ୍ରୀ ବାକା ମାଲକାନଗିରି ଥାନାକୁ ଏନେଇ ଜଣାଇ ଥିଲେ। ସୂଚନା ନେବାରୁ ବୃଦ୍ଧା ଜଣଙ୍କ ଟେମୁରୁପାଲ୍ଲୀ ପଞ୍ଚାୟତ ଦୁରୁମାଗୁଡା ଗ୍ରାମର ତୁଳସୀରାମ ମାଢିଙ୍କ ପତ୍ନୀ ଡମିଣି ମାଢି (୫୦) ନିଜ ଝିଅ ଓ ଜ୍ୱାଇଁ ରମେଶ ମଡ଼କାମୀଙ୍କ ଘରକୁ ଆସୁଥିବା ବେଳେ ତମଗୁଡା ଗ୍ରାମର ନଦୀ ନିକଟରେ ଏପରି ଘଟଣା ଘଟିଥିବା ସୂଚନା ମିଳିଛି।

ad-week
Leave A Reply

Your email address will not be published.