ଉଦ୍ୟାନକୃଷି ବିଭାଗ କାର୍ଯ୍ୟାଳୟରୁ ଚୋରୀ, ଜଣେ ଗିରଫ

add-all

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ରାଳବ ଉଦ୍ୟାନ କୃଷି ବିଭାଗ କାର୍ଯ୍ୟାଳୟ ପରିସରରୁ ରବିବାର ବିଳମ୍ବିତ ରାତିରେ ଲୁଟ୍ ଘଟିଥିଲା। ଲୁଟେରା ଜଣଙ୍କ କାର୍ଯ୍ୟାଳୟ କବାଟ ତାଲା ଭାଙ୍ଗି କାର୍ଯ୍ୟାଳୟ ପରିସରରୁ ପାଣିପମ୍ପ ମୋଟର, ଲୁହା କଟର ସମେତ କିଛି ସାମଗ୍ରୀ ଲୁଟ୍ କରି ଫେରାର ହୋଇଯାଇଥିଲେ।‌ ସୋମବାର କାର୍ଯ୍ୟାଳୟ ଖୋଲିବା ପରେ ଅଫିସ୍ ପରିସରରୁ ଚୋରୀ ହୋଇଥିବା ଜଣାପଡିଥିଲା। ଘଟଣା ନେଇ ଠିକାଦାର ତଥା ହିଞ୍ଜିଳି ଥାନା ସାରୁ ଗ୍ରାମର ପୁର୍ଣ୍ଣଚନ୍ଦ୍ର ସାହୁ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ-୮୭୧/୨୪ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା। ତଦନ୍ତ ସମୟରେ ରାଳବ ଗ୍ରାମର ବସନ୍ତଙ୍କ ସାମଲ (୩୧)ଙ୍କୁ ସନ୍ଦେହ କରି ପୁଲିସ ଥାନାକୁ ଆଣିଥିଲା। ତଦନ୍ତ ସମୟରେ ବସନ୍ତ ସଂପୃକ୍ତ କାର୍ଯ୍ୟାଳୟରୁ ଚୋରୀ କରିଥିବା ସ୍ବୀକାର କରିଥିଲେ ବୋଲି ପୁଲିସ କହିଛି। ପରେ ଅଟକ ଯୁବକଙ୍କୁ ପୁଲିସ ଗିରଫ କରିଛି। ଗିରଫ ଯୁବକଙ୍କ ଠାରୁ ପୁଲିସ ୨ଟି ପାଣିପମ୍ପ ମୋଟର ଓ ଗୋଟିଏ ଲୁହା କଟର୍ ମେସିନ ଜବତ କରିଛି। ଗିରଫ ଯୁବକଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି। ପ୍ରକାଶ ଥାଉକି, ଗିରଫ ଯୁବକଙ୍କ ନାମରେ ପୂର୍ବରୁ ହିଞ୍ଜିଳି ଥାନାରେ ୨ଟି ମାମଲା ରୁଜୁ ହେବା ସହ କୋର୍ଟ ଚାଲାଣ ହୋଇଥିଲେ।

ad-week
Leave A Reply

Your email address will not be published.