ଚିତ୍ରକୋଣ୍ଡା : ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍,ଗୋଟିଏ ପରିବାରର ଜଣେ ମୃତ ଓ ତିନି ଗୁରୁତର

add-all

ଚିତ୍ରକୋଣ୍ଡା : ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିକଟ ରାଜୁଲକୋଣ୍ଡା ଗ୍ରାମ ନିକଟରେ। ଚିତ୍ରକୋଣ୍ଡା ବ୍ଲକ ସୀମାନ୍ତ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ରାଜ୍ୟ ଗୁଡେମ ମଣ୍ଡଳ ଅନ୍ତର୍ଗତ ମୁରଳାଗେଡା ଗ୍ରାମର ପ୍ରକାଶ ଖିଲ ନିଜ ପରିବାରର ଦୁଇ ଝିଅ ଓ ଦୁଇ ପୁଅଙ୍କୁ ଆନ୍ଧ୍ରପ୍ରଦେଶର ନରସିଂପାଟଣା ସ୍ଥିତ ଆଶ୍ରମ ସ୍କୁଲରେ ଛାଡ଼ିବା ନିମନ୍ତେ ଚିତ୍ରକୋଣ୍ଡା ରାସ୍ତା ଦେଇ ଗୋଟିଏ କାର ଯୋଗେ ଯାଉଥିବାବେଳେ ଚିତ୍ରକୋଣ୍ଡା ନିକଟ ରାଜୁଲକୋଣ୍ଡା ଗ୍ରାମ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହାଫଳରେ ସେଥିରେ ବସିଥିବା ପ୍ରକାଶ ଖିଲ ଓ ତାଙ୍କର ଚାରି ପୁଅଝିଅ ଗୁରୁତର ହୋଇ ପଡ଼ିଥିଲେ।

ଆମ୍ବୁଲାନ୍ସରେ ସମସ୍ତ ଗୁରୁତରଙ୍କୁ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ପ୍ରକାଶ ଖିଲଙ୍କ ବଡ଼ ଝିଅ ରାସୋ ଖିଲ (୧୫) ଙ୍କୁ ମୃତ ଘୋଷଣା କରିଥିବାବେଳେ ପୁଅ ଶ୍ରୀନୁ ଖିଲ (୧୪) ରାମୁଡୁ ଖିଲ (୧୨) ସାନ ଝିଅ ଏଲିଶା ବେଥୁ (୮)ଗୁରୁତର ଥିବା ଜଣାପଡିଛି। ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ଚିତ୍ରକୋଣ୍ଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଏହି ଘଟଣା ପ୍ରଚାରିତ ହେବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।

ad-week
Leave A Reply

Your email address will not be published.