ରାୟଗଡ଼ା ସହରର ସଟର ଭାଙ୍ଗି ଚୋରି ଘଟଣାର ପର୍ଦ୍ଧାଫାଶ ସହ ୨ ଜଣଙ୍କୁ ଗିରଫ କଲା ରାୟଗଡ଼ା ପୋଲିସ…

add-all

ରାୟଗଡା : ରାୟଗଡା ସହର ଅଶୋକ ଟକିସ୍ କମ୍ପ୍ଲେକ୍ସ ସିରିଡ଼ି ସାଇ ହାର୍ଡୱେର ଦୋକାନରେ ଚଳିତ ମାସ ଗତ ୧୬ ତାରିଖ ରେ ସଟର ଭାଙ୍ଗି ଚୋରି ଘଟଣାର ପର୍ଦ୍ଧାଫାଶ କରିଛି ରାୟଗଡ ପୋଲିସ। ଅଭିଯୋଗ ପାଇଲା ପରେ ରାୟଗଡ଼ା ଥାନା ଅଧିକାରୀ ଶ୍ରୀ କମଳାକାନ୍ତ ବିମଳ କୁମାର କଅଁର ଏକ ଟିମ ମାଧ୍ୟମରେ ତଦନ୍ତ କରି ଚୋରି ଘଟଣାର ପର୍ଦ୍ଧାଫାଶ କରିଛନ୍ତି ରାୟଗଡ଼ା ଥାନା ଅଧିକାରୀ। ଚୋରି ଦୋକାନର ଟଙ୍କା ବକ୍ସରୁ ପ୍ରାୟ ୩୦ ହଜାର ଟଙ୍କା ସହ ସିସି ଟିଭି କେମେରା ର DVR ଚୋରି କରି ନେଇଥିଲେ । ସେହି ଘଟଣାର୍ ପର୍ଦ୍ଧାଫାଶ କରି ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରିଛି ରାୟଗଡା ପୋଲିସ । ଦୁଇ ଜଣ ଅଭିଯୁକ୍ତଙ୍କ ପାଖରୁ ୧୦ ହଜାର ଟଙ୍କା ସହ ସିସି ଟିଭି କେମେରା ର DVR କୁ ଜବତ କରିଛନ୍ତି । ଦୁଇ ଅଭିଯୁକ୍ତ ହେଲେ ରାୟଗଡ଼ା ସହରର ବୁଦ୍ରାବାଲସା ପ୍ରଥମ ଗଳିର M.ମହାଦେବ ସତୀଶ ବୟସ ୨୪ ଏବଂ ଅନ୍ୟଜଣେ S.ରାମା କ୍ରିଷ୍ଣା ବୟସ ୨୭ । ଦୁଇ ଅଭିଯୁକ୍ତ ଦୋଷ ସ୍ୱୀକାର କରିଥିବା ଯୋଗୁଁ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ SDPO ରଶ୍ମି ରଞ୍ଜନ ସେନାପତି ପ୍ରକାଶ କରିଛନ୍ତି ।

ad-week
Leave A Reply

Your email address will not be published.