ମାଡ଼ ଖାଇଲେ ଧରାକୋଟ ତହସିଲ ର ଛୋଟ ବାବୁ…

add-all

ସରକାରୀ କର୍ମଚାରୀ ମାଡ଼ଖାଇ ଚୁପ..! ଲାଞ୍ଚ ମାଗିବା କାରଣ ନୁହଁତ ? ……!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ବିନା ହାତ ଗୁଞ୍ଜା ଅଧିକାଂଶ ସରକାରୀ କାର୍ଯ୍ୟାଳୟ ରେ ଫାଇଲ ଗୁଞ୍ଚୁ ନାହିଁ। ବୋଲି ନିସର୍ତ୍ତ ରେ ଆମେ ରୀତିମତ ଖବର ପ୍ରକାଶ କରି ଆସୁଛୁ। କିନ୍ତୁ ଏଥି ପ୍ରତି ବାବୁ ମାନଙ୍କ ଖାତିର ନାହିଁ l ସୂଚନା ଥାଉକି ଆଜି ଧରାକୋଟ ତହସିଲ ଅଫିସରେ ଏହାର ନଗ୍ନ ନମୁନା ଦେଖିବାକୁ ମିଳିଛି। ଧରାକୋଟ ତହସିଲ ରେକଡ଼ ରୁମର କର୍ମଚାରୀ ଙ୍କୁ ସରପଞ୍ଚ ଙ୍କ ପ୍ରତିନିଧି କୁଆଡ଼େ ଟିକେ ଉତ୍ତମ ମାଧ୍ୟମ କରିଥିବା ନେଇ ଚର୍ଚ୍ଚାର ବିଷୟ ହୋଇଛି। କୁଜି ନେତା କୁଆଡ଼େ କିଛି ଦଲିଲ ପାଇଁ ଆବେଦନ କରି ନୟାନ୍ତ ହେବା ଓ ଅର୍ଥ ଦେଇବି କାର୍ଯ୍ୟj ନହେବା ଯୋଗୁଁ ଏଭଳି ପରିସ୍ଥିତି ହୋଇଥିବା ଆଲୋଚନା ହେଉଛି। ଦଲାଲ ମାନଙ୍କ ଉପସ୍ଥିତି ର ସାନବାବୁ ଓ କୁଜି ନେତାଙ୍କ ପ୍ରତିନିଧିଙ୍କ ମଧ୍ୟରେ କୁଆଡ଼େ ଆପୋଷ ବୁଝା ମୁଣା ହୋଇଥିବା ଚର୍ଚ୍ଚା ହେଉଛି। ଏହି ନାଟକ ପଟ୍ଟା ଆବେଦନ କରି ଅର୍ଥ ଦେଇ ନୟାନ୍ତ ହେବାପରେ ଘଟଣା ଘଟିଛି। ବାବୁ ମାନେ ପିସି ନେଇ ମାଡ଼ ଖାଇଲେ ବି ଗଞ୍ଜାମ ପାଣିପବନ ଛାଡ଼ି ଯିବାକୁ ନାରାଜ। କୁଆଡ଼େ ଏହି ଜିଲ୍ଲାକୁ ଥରେ ଆସିଲେ ମଉଜ ମଜଲିସ ସାଙ୍ଗକୁ ଯାହା ଆଦାୟ କରିଲେ ବି ଦୁର୍ନୀତି ନିବାରଣର ବିଭାଗ ର ଛାଇ ବି ପଡ଼ିବାର ଭୟ ରହୁନାହିଁ। ନେତାରୁ ବଡ଼ ବାବୁ ସାନ ବାବୁ ପର୍ଯ୍ୟନ୍ତ ହାତକୁ ହାତ ମିଶାଇ ଲୁଟୁଥିବା ନେଇ ଅଫିସ ନିକଟରେ ଥିବା ଚା ଖଟିରେ ସନ୍ଧ୍ୟା ହେଲେ ଚର୍ଚ୍ଚା ହୁଏ।

ad-week
Leave A Reply

Your email address will not be published.