ଆସିକା ଧାନ ମିଲର ସହ ସରକାରୀ ବାବୁଙ୍କ ଫିକ୍ସଙ୍ଗ ସରିଛି…!

add-all

ଦୁଃଖୀ ଚାଷୀର ଅମଳ ଧାନ ଲୁଟି ନେବେ ଏବେ ମିଲର……!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳରେ ଚାଷୀଙ୍କ ମୁଣ୍ଡରେ ଚଡକ ଆଗକୁ ଆସୁଛି ଖରିପ ଋତୁ ଧାନ ବିକ୍ରି ଗରିବ ଚାଷୀ ଟି ବର୍ଷ ସାରା ଧାନ ବିଲରେ ଧାନ ଅମଳ କରିବା ପାଇଁ ମୁଣ୍ଡର ଝାଳ ତୁଣ୍ଡ ମାରି ଜଗି ଥାଏ। ଧାନଟି ଅମଳ ହେଲେ ସେ ସ୍ଥାନୀୟ ସମବାୟ ସମିତିରେ ବିକ୍ରି କରି ସେଇ ଟଙ୍କା ରେ ତାର ପରିବାରର ମୁହଁରେ ମୁଠାଏ ଦାନା ଦେବା ସହ ଟଙ୍କା ଆଣିଥିବା ବକେୟା ରାଶି କୁ ପଇଠ କରିବା ପାଇଁ ଜଗି ଥାଏ। ଚାଷୀ ବିଚରାଟି ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳରେ ଥିବା ଗୁଣ୍ଡା ଶ୍ରେଣୀର ମିଲର ସହ ସ୍ଥାନୀୟ ପ୍ରଶାସନ ମଧୁ ଚନ୍ଦ୍ରିକା ରେ ପେଷି ହୋଇ ଯାଏ । ଚାଷୀଙ୍କୁ ମିଛ କହିବା ସହ ପ୍ରଲୋଭନ ଦେଖାଇ ଚାଷୀ ଠାରୁ ଧାନ ଲୁଟି ନିଅନ୍ତି ଏହା ସହ ମିଲ ଭିତରେ ଲାଗିଥିବା ମୋଟର ର କମ ସାମର୍ଥ୍ୟ ଥାଇ ଉଛ ଯୋଗାଣ ଅଧିକାରୀ ଙ୍କୁ ହାତଗୁଞ୍ଚା ଦେଇ ଅଧିକ ଧାନ ର ଟାର୍ଗେଟ ଆଣନ୍ତି ଚାଷୀଙ୍କ ଫେକ ବିବରଣୀ ଦେଇ ସ୍ଥାନୀୟ ସମବାୟ ସମିତିରରେ କାଗଜ କଲମରେ ଧାନ କିଣି ଚାଷୀଅଲଙ୍କ ଧାନ କୁ ସରକାରୀ ଧାର୍ଯ୍ୟ ଠୁ ଅତି କମରୁ ଅତି କମରେ କ୍ରୟ କରି ରାତି ରାତି ମାଲେ ମାଲ ହୁଅନ୍ତି।
ଏହା ସହ ଆସିକା ମିଲର ସ୍ଥାନୀୟ ପ୍ରଶାସନ କୁ ହାତ ଗୁଞ୍ଚା ଦେଇ ଦୁଃଖୀଙ୍କ ପାଇଁ ଦିଆ ଯାଇଥିବା ସରକାରଙ୍କ ତରଫରୁ ଚାଉଳ କିଛି ଅର୍ଥ ଖର୍ଚ୍ଚ ଦେଇ ଚାଉଳ ଆଣି ନିଜର ଅଖା ରେ ନିଜ ମିଲରେ ସିଲ ପକାଇ ସେଇ ଚାଉଳ ପୁଣି ଥରେ ସ୍ଥାନୀୟ ଗୋଦାମ କୁ ଦିଅନ୍ତି ବୋଲି ଆଲୋଚନା ହେଉଛି।
ଏହା ଦ୍ୱାରା ଗଞ୍ଜାମ ଜିଲ୍ଲା ର ଆସିକା ଅଞ୍ଚଳର ବହୁ ମିଲର ମାଲେ ମାଲ ହୁଅନ୍ତି। କିନ୍ତୁ ଚାଷୀ ବିଚାର ଟି ଋଣ ସୁଝିନ ପାରି ବାଧ୍ୟ ହୋଇ ଆତ୍ମହତ୍ୟା କରନ୍ତି କିମ୍ବା ନିଜର ଥିବା ଜମିକୁ ବିକା ଭଙ୍ଗା କରି ଋଣ ପଇଠ କରନ୍ତି।


ଏଠି ପ୍ରଶ୍ନ ଉଠେ କି କେବେ ଓ କେଉଁ ଦିନ ରାଜ୍ୟ ସରକାରଙ୍କ ପକ୍ଷରୁ ଆସିକା ଅଞ୍ଚଳରେ ଆଖି ପଡିବ ଚାଷୀ ଆତ୍ମହତ୍ୟା ରୁ କେବେ ବଞ୍ଚିବ ଚାଷୀ ଏହା ଦେଖିବାକୁ ବାକି ରହିଲା।ମିଲର ଗରିବ ଲୋକଙ୍କୁ ଦିଆଯାଉ ଥିବା ସରକାରୀ ଚାଉଳ କୁ ପୁଣି ନୂତନ ଅଖାରେ ରିପ୍ୟାକ କରି ମାଲାମାଲ ହୁଅନ୍ତି।

ad-week
Leave A Reply

Your email address will not be published.