ସୁରକ୍ଷା କର୍ମୀ ଓ ମାଓବାଦୀ ମୁହାଁମୁହିଁ, ଜଣେ ମାଓବାଦୀ ନିହତ

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମିଡ଼ିଆକିଆ ପଞ୍ଚାୟତର ସେସାର ଗାଁ -ଅଡାଙ୍ଗି ଜଙ୍ଗଲ ରେ ମାଓବାଦୀ କ୍ୟାମ୍ପ ରହିଥିବା ଗୁଇନ୍ଦା ସୂଚନା ମୁତାବକ ଶୁକ୍ରବାର ସକାଳୁ ଏସଓଜି ଏବଂ ଡିଏଭିଏଫ ସୁରକ୍ଷା ଯବାନ କୁମ୍ବିଂ ବେଳେ ହେଲେ ସୁରକ୍ଷା କର୍ମୀ ମାଓବାଦୀ-ମୁହାଁ ମୁହିଁ ହୋଇଥିଲେ। ଏହା ପରେ ମାଓବାଦୀ ମାନେ ସୁରକ୍ଷା କର୍ମୀ ଙ୍କୁ ଗୁଳି ଚଳାଇବାରୁ ସୁରକ୍ଷା କର୍ମୀ ଗୁଳିବିନିମୟ କରିଥିବା କୁହାଯାଇଛି। ଗୁଳି ବିନିମୟ ରେ ଜଣେ ମାଓବାଦୀ ନିହତ ସହ ଘଟଣା ସ୍ଥଳରୁ ବହୁ ମାଓ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି। କେକେବିଏନ ମାଓ ସଙ୍ଗଠନ କିଛି ଦିନ ତଳେ ଶେଶାର ଗାଁ, ଦାସୁଙ୍ଗିଆ, ଆଟ୍ରେନଜୀ, ମାଡଙ୍ଗା,ଅଡାଙ୍ଗି ଜଙ୍ଗଲ ରେ ରହିବା ସହ କଳାହାଣ୍ଡି ଜିଲ୍ଲା ଓ କନ୍ଧମାଳ ଜିଲ୍ଲାରେ ନିଜ କାୟା ବିସ୍ତାର ପାଇଁ ଉଦ୍ୟମ ଜାରୀ ରଖିଥିଲେ। ବର୍ତ୍ତମାନ ଗୁଳି ବିନିମୟ ଶେଷ ହୋଇଥିବା ବେଳେ ସୁରକ୍ଷା କର୍ମୀ ଜଙ୍ଗଲ ଛାଡ଼ି ଆସିଥିବା ଜଣାପଡିଛି ଓ ମାଓବାଦୀ ମାନେ ଛତ୍ର ଭଙ୍ଗ ଦେଇଥିବା ଖବର ମିଳିଛି l

ad-week
Leave A Reply

Your email address will not be published.