୧୦୮ ଆମ୍ବୁଲାନ୍ସ କର୍ମଚାରୀ ସଂଘ ଗଞ୍ଜାମ ଜିଲ୍ଲାଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

youtube

ଛତ୍ରପୁର : ବିନା କାରଣ ରେ ଓଡିଶା ର ୩୫୦ଜଣ ଆମ୍ବୁଲାନ୍ସ କର୍ମଚାରୀ ସଂଘ ର ଲିଡର ମାନଂକୁ ଛଟେଇ କରାଯାଇଛି , ଯାହାଫଳ ରେ ଅଲ ଓଡିଶା ୧୦୮ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ଏହାର ପ୍ରତିବାଦ କରି ଆନ୍ଦୋଳନ ନିମନ୍ତେ ଡାକରା ଦେଇଛି, ଏହାସହିତ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କ ବିଭିନ୍ନ ଦାବି ନେଇ ସୋମବାର ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟ ରେ ଏକ ଦାବି ପତ୍ର ଅତିରିକ୍ତ ଜିଲ୍ଲାପାଳ ଡ଼ଃ ପ୍ରମୋଦ କୁମାର ପୃଷ୍ଟି ଙ୍କୁ ପ୍ରଦାନ କରାଯାଇଛି l କାର୍ଯ୍ୟରତ ଥିବା ସମସ୍ତ କର୍ମଚାରୀ ମାନଙ୍କୁ ନୂତନ କ୍ୟାମ୍ପସରେ ନିଯୁକ୍ତି ଦିଆଯିବା, କାର୍ଯ୍ୟ କରିବାର ସଠିକ ସମୟ ଓ ପାରିଶ୍ରମିକ ନିର୍ଦ୍ଧାରଣ କରାଯିବା, ଓଭର ଡିୟୁଟି କରୁଛନ୍ତି ଘଣ୍ଟାକୁ ପାରିଶ୍ରମିକ ନିର୍ଦ୍ଧାରଣ କରାଯିବା, ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଠିକା ସଂସ୍ଥାରୁ ମୁକ୍ତ କରାଇ ନିୟମିତ କରାଯିବା, ୧୨ ଘଂଟାର କାର୍ଯ୍ୟକୁ ୧୨ ଘଣ୍ଟାର ପ୍ରାପ୍ୟ ଦିଆଯାଉ,୧୦୮ ଆମ୍ବୁଲାନ୍ସ କର୍ମୀଙ୍କ ମୃତ୍ୟୁ ହେଲେ ଅନୁକମ୍ପା ରାଶି ୨୦ ଲକ୍ଷ ଓ ଅକର୍ମଣ୍ୟ ହେଲେ ୧୦ ଲକ୍ଷ ଟଙ୍କା ପ୍ରଦାନ କରିବା , ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନେ ଲୋକଙ୍କ ଆକ୍ରମଣର ଶିକାର ହେଲେ ସ୍ୱତନ୍ତ୍ର ଦଣ୍ଡବିଧାନ ସହ ଦୋଷୀଙ୍କ ପ୍ରତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସମେତ ବିଭିନ୍ନ ଦାବି ନେଇ ସେମାନେ ଏହି ଦାବିପତ୍ର ମାଧ୍ୟମରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଛନ୍ତି l ଆଗାମୀ ଦିନରେ ସେମାନଙ୍କ ଦାବି ପୂରଣ ନ ହେଲେ ପ୍ରଥମେ ୩୦. ୧୦. ୨୦୨୪ ତାରିଖ ରୁ ଜିପିଏସ ବନ୍ଦ କରି ରୋଗୀ ସେବା ଯୋଗାଇବେ ଓ ପରବର୍ତ୍ତୀ ସମୟରେ ୧. ୧୧. ୨୦୨୪ ତାରିଖ ଠାରୁ ସମ୍ପୂର୍ଣ୍ଣ ଭାବେ ସମସ୍ତ କର୍ମଚାରୀ ମାନେ ନିଜର ରୋଗୀ ସେବା ବନ୍ଦ କରି ରାଜରାସ୍ତା କୁ ଓଲ୍ଲାଇବେ ବୋଲି ଉକ୍ତ ଦାବି ସେମାନେ ଉଲ୍ଲେଖ କରିଛନ୍ତି l ଏହି ଦାବି ପତ୍ର ପ୍ରଦାନ ବେଳେ ଅଲ ଓଡିଶା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ଗଞ୍ଜାମ ଜିଲ୍ଲା ଶାଖା ର ସଭାପତି ନୀଳାଞ୍ଚଳ ପଣ୍ଡା, ଉପସଭାପତି ପ୍ରଦୀପ କୁମାର ପଣ୍ଡା, ସମ୍ପାଦକ ଆର ଚିତ୍ରସେନ, ସହ – ସମ୍ପାଦକ ଏସ ରମେଶ ରେଡ୍ଡୀ, କୋଷାଧ୍ୟକ୍ଷ ଶାରଦା ପ୍ରସନ୍ନ ପଟ୍ଟନାୟକ ଓ ଉପଦେଷ୍ଟା ସୁଧାଂଶୁ ଶେଖର ମହାପାତ୍ର ଙ୍କ ସମେତ ବହୁ କର୍ମଚାରୀ ମାନେ ଉପସ୍ଥିତ ଥିଲେ

Leave A Reply

Your email address will not be published.