ଡବଲ ଇଞ୍ଜିନ ଡବଲ ଧମାକା ଖାଉଟି ବେହାଲ !

add-all

ବ୍ରହ୍ମପୁର : ରାଜ୍ୟରେ ନୂତନ ସରକାର ଆସିବା ପରେ ଲୋକେ ଭାବି ଥିଲେ ଆଛେଦିନ ଆୟେଙ୍ଗେ ବୋଲି। ବିଜେପି ସିଂହାସନ ସମ୍ଭାଳୁ ସମ୍ଭାଳୁ ପ୍ରଥମେ ଆଳୁ ର ପାଳି ପଡ଼ିଲା ଦର ସିଧା କିଲୋ ୪୦ ରୁ ୫୦ ଲମ୍ପ ମାରିଲା। ତା ପରେ ପିଆଜ ୬୦, ପରିବା ଦର ହାଫ ସେଞ୍ଚୁରୀ ରୁ ଅଧିକ। ଏବେ ତେଲ ଦର ପାମ୍ମେଲ ତେଲ ଲିଟର ପ୍ରତି ୯୦ ରୁ ୧୨୦ ସୂର୍ଯ୍ୟମୁଖି ତେଲ ଲିଟର ପିଛା ୧୧୦ରୁ ୧୩୫ ଟଙ୍କା ରେ ବିକ୍ରି ହେଉଥି ବା ବେଳେ ଡବଲ ଇଞ୍ଜିନ ଯୋଗୁଁ ହାଣ୍ଡି ଶାଳରେ ମାଡ଼ ହେଲାଣି। ଆମର ଆଳୁ ମନ୍ତ୍ରୀ ମହାଶୟ ଦରଦାମ ବୃଦ୍ଧିକୁ ସବୁ ବେଳେ କୁହନ୍ତି, ଟିକେ ଦର ବୃଦ୍ଧି ହୋଇଛି, ବୋଲି ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଲାଣି।ରାଜ୍ୟରେ ନୂଆ ସରକାରଙ୍କ କେବଳ ଗୋଟିଏ ଯୋଜନା ପ୍ରଣୟନ ହୋଇଛି ସୁଭଦ୍ରା ରେ ଏତିକି ଦର ବୃଦ୍ଧି ଆଉ ନୂଆ ଯୋଜନା ହେଲେ ଗରିବ ଲୋକେ ଖାଇବେ କଣ ବୋଲି ଆଲୋଚନା ହେଉଛି। ନବୀନ ସରକାର ରେ ଅମଲାତନ୍ତ୍ର ରାଜ ମୋହନ ସରକାର ରେ ବିଧାୟକ ଓ ମନ୍ତ୍ରୀ ମାନଙ୍କ ରାଜ ଚାଲିଥିବା ଚର୍ଚ୍ଚା ହେଉଛି। ନବୀନ ଙ୍କ ସରକାର ଭଲ ନା ମୋହନ ସରକାର ଭଲ ଲୋକେ ଏବେ ଚିନ୍ତା କରିବେ।

ad-week
Leave A Reply

Your email address will not be published.