ପରିବେଶ ଉପଯୋଗୀ ବୃକ୍ଷ ବଜରଙ୍ଗୀ ଉଦ୍ୟାନ ପରିସରରେ ରୋପଣ କାର୍ଯ୍ୟକ୍ରମ

add-all

ମାଲକାନଗିରି, ୨୮।୧୦ : ମାଲକାନଗିରି ଜିଲ୍ଲା ସଦର ମହକୁମା ମଲ୍ଲିକେଶ୍ୱର ପାହାଡ ପାଦଦେଶରେ ଥିବା ବଜରଙ୍ଗୀ ଉଦ୍ୟାନ ପରିସରରେ ପରିବେଶ ଉପଯୋଗୀ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛିା ଦୁର୍ଗାଗୁଡି ସାହିର ପୂର୍ୱତନ କାଉନସିଲର ଡି ବାଲାଙ୍କ ତତ୍ୱାବଧାନରେ ସାହିର ମହିଳା, ପୁରୁଷ ଓ ଶିଶୁ ମାନେ ଉଦ୍ୟାନ ପରିସରରେ ଅଁଳା, ବେଲ, କଦମ୍ବ, ଜାମ୍ବ, ନିମ୍ବ, ଇତ୍ୟାଦି ବିଭିନ୍ନ ଔଷଧୀୟ କିସମର ଚାରା ରୋପଣ କରିଥିଲୋ ଏହି କାର୍ଯ୍ୟକ୍ରମରେ ଦୁର୍ଗାଗୁଡି ସାହିର ଗଳ୍ପ ପୁଜାରୀ, ଅଜିତ ପାତ୍ର, କିଶୋର ସାହୁ, ବିଷ୍ଣୁ ପାଣିଗ୍ରାହି, ରିତା ସ୍ୱାଇଁ, ପିତବାସ ହରିଜନ, ଜଗଦିଶ ଖରା, ପ୍ରମୁଖ ଉପସ୍ଥିତ ରହି ଚାରା ରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲୋ ଏହି ଚାରା ଗୁଡିକୁ ବଂଚାଇ ରଖିବା ସହ ଉଦ୍ୟାନର ସୌନ୍ଦର୍ଯ୍ୟ ବୃଦ୍ଧି ନିମନ୍ତେ ପୌର ପରିଷଦ କର୍ତୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରା ଯିବ ବୋଲି ଡି.ବାଲା ପ୍ରକାଶ କରିଛନ୍ତିା ଏହି ଉଦ୍ୟାନଟିକୁ ସବୁଜ ସୁନ୍ଦର କରିବା ସହ ବର୍ତମାନ ପରିସ୍ଥିତିରେ ପରିବେଶ ସୁରକ୍ଷା ନିମନ୍ତେ ବୃକ୍ଷର ଆବଶ୍ୟକତା ପାଇଁ ଚାରା ରୋପଣ ଓ ରକ୍ଷଣା ବେକ୍ଷଣ କରିବା ପାଇଁ ଦୁର୍ଗାଗୁଡି ସାହିର ସମସ୍ତ ପୁରୁଷ ମହିଳା ଓ ଯୁବପୀଢି ଶପଥ ସହ ଆଜିର ବ୍ୟସ୍ତତମ ସମାଜକୁ ସନ୍ଦେଶ ଦେଇଥିଲେ ।

ad-week
Leave A Reply

Your email address will not be published.