ଶେରଗଡ ବିଜେଡିର ପଦଯାତ୍ରା

add-all

ହିଞ୍ଜିଳିକାଟୁ ୨୯/୧୦ : ଶେରଗଡ ବ୍ଲକ ୫୬ ନଁ ଜିଲ୍ଲା ପରିଷଦ ଜୋନର ସମସ୍ତ ଗ୍ରାମପଞ୍ଚାୟତରେ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶେରଗଡ଼ ବ୍ଲକ ବିଜେଡି ସଭାପତି ଶରତ ପାତ୍ର ପାତ୍ର ଙ୍କ ନେତୃତ୍ୱରେ ଚାଲିଥିବା ପଦ ଯାତ୍ରାରେ ହିଞ୍ଜିଳି ବିଧାୟକ ଜିଲ୍ଲା ପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ର, ହିଞ୍ଜିଳିକାଟୁ ପୌରପରିଷଦ ବିଧାୟକ ପ୍ରତିନିଧି ପ୍ୟାରୀମୋହନ ପାଢି, ଶେରଗଡ଼ ବ୍ଳକ ବିଧାୟକ ପ୍ରତିନିଧି ଦିଗାମ୍ବର ନାହାକ,ଶେରଗଡ ବ୍ଳକ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିଲେ । ମଙ୍ଗଳବାର ଶେରଗଡ ପଂଚାୟତର ମହୁପଦର, କୁଲାଡ଼ଗଡ, ଖିରିଡା, ବନ୍ଧାଗୁଡା, ବରମୁଣ୍ଡଳି, କରଡାକଣା ଓ କୁମାର ପାଣି ଗ୍ରାମ ପଞ୍ଚାୟତ ରେ ପଦ ଯାତ୍ରା କରା ଯାଇଥିଲା ।ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିପ୍ଳବ ସେଠି, ଙ୍କ ସମେତ ବହୁ ବିଜେଡି କର୍ମୀ ଏଥିରେ ସାମିଲ ହୋଇଥିଲେ।

ad-week
Leave A Reply

Your email address will not be published.