ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଙ୍କ ଜାତୀୟ ସ୍ତରରେ କୃତିତ୍ୱ

add-all

ବ୍ରହ୍ମପୁର : ସିବିଏସ୍ଇ ଦିଲ୍ଲୀ ତରଫରୁ ଅନୁଷ୍ଠିତ ଜାତୀୟସ୍ତରୀୟ ବିଜ୍ଞାନ ଚାଲେଞ୍ଜ ପରୀକ୍ଷାରେ ଓଡିଶା ଆଦର୍ଶ ବିଦ୍ୟାଳୟ ଶାସନ ଆମ୍ବଗାଁ ଅଷ୍ଟମ ଶ୍ରେଣୀ ଛାତ୍ର ବିଶ୍ୱଜିତ୍ ମିଶ୍ର କୃତିତ୍ୱ ଅର୍ଜନ କରିଛନ୍ତି। ସମଗ୍ର ୩୧୪ ଓଡିଶା ଆଦର୍ଶ ବିଦ୍ୟାଳୟ ମଧ୍ୟରୁ ସେ ଓଡ଼ିଶାରେ ଜଣେ ମାତ୍ର ଏହି ସଫଳତା ହାସଲ କରିଥିବାରୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇଛନ୍ତି। ବର୍ତମାନ ସେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଚମାଖଣ୍ଡିରେ ଅଧ୍ୟୟନରତ ଥିବା ବେଳେ ପାଠ ସହ ବିଭିନ୍ନ ପ୍ରତିଯୋଗିତାରେ ମଧ୍ୟ ତାଙ୍କର ସୁନାମ ଅଛି। ସେ ଭେଷଜ ବିଶେଷଜ୍ଞ ଡା ସରୋଜ ମିଶ୍ର ଏବଂ ଆଦର୍ଶ ବିଦ୍ୟାଳୟ ଚମାଖଣ୍ଡିର ଅଧକ୍ଷା ସ୍ମିତାବାଳା ପଣ୍ଡାଙ୍କ ସୂପୁତ୍ର ଅଟନ୍ତି। ତାଙ୍କର ଏହି ସଫଳତାରେ ଉଭୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଖୁସି ବ୍ୟକ୍ତ କରିବା ସହ ତାଙ୍କ ଉତ୍ତରତ୍ତର ମଙ୍ଗଳ କାମନା କରିଛନ୍ତି।

ad-week
Leave A Reply

Your email address will not be published.