ମହକ ଓ ଉତ୍ସାହର ସହ ଦୁଇଦିନିଆ ଶିଶୁ ମହୋତ୍ସବ ଉଦ୍ଘାଟିତ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ମିଳିତ ଆନୁକୁଲ୍ୟରେ ଆଜି ଜିଲ୍ଲା ସଦର ମହକୁମା ମାଲ୍ୟବନ୍ତ ଛାତ୍ରାବାସ ପରିସରରେ ଦୁଇଦିନିଆ ଶିଶୁ ମହୋତ୍ସବ ମହକ ଓ ଉତ୍ସାହ କା ର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛିା ଏହି କା ର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟ କ୍ଷା ସମାରୀ ତାଙ୍ଗୁଲ ମୁଖ୍ୟ ଅତିଥି ବାବେ ଯୋଗ ଦେଇ ଉଦ୍ଘାଟନ କରିଥିଲୋ ଏହି କା ର୍ଯ୍ୟକ୍ରମରେ ଜି୍‌ଲାର ବିଭିନ୍ନ ଶିଶୁ ଗୃହରେ ରହୁଥିବା ୭୦ରୁ ଉର୍ଧ ବାଳକ ବାଳିକା ଅଂଶଗ୍ରହଣ କରିଥିଲୋ ଏହି ଉପଲ କ୍ଷେ ଉପସ୍ଥିତ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ଆଜିର ଶିଶୁ କାଲିର ଭବିଷ୍ୟତ ନାଗରିକା ଶିଶୁଟି ମା ପେଟରେ ଥିଲା ବେଳେ ମା ଓ ଶିଶୁର ଯତ୍ନ, ଜନ୍ମ ଗ୍ରହଣ କଲା ପରେ ତାହାର ସ୍ୱାସ୍ଥ୍ୟ, ସୁଷମ ଖାଦ୍ୟ, ପୋଷାକ, ଏବଂ ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଶିକ୍ଷାଦାନ, ଉପ ଯୁକ୍ତ ପରିବେଶ ମଧ୍ୟରେ ସମୟ ବିତାଇବା, ଦ୍ୱାରା ଶିଶୁଙ୍କ ଭବିଷ୍ୟତରେ ତାହାର ମହକ ଏବଂ ଉତ୍ସାହ କିପରି ବୃଦ୍ଧି ପାଇଥାଏ ସେ ସମ୍ବନ୍ଧରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲୋ ଚାରାଟି ଲଗାଇଲା ପରେ ତାହାର ଉପ ଯୁକ୍ତ ଯତ୍ନ ନେବା ସହ ଭବିଷ୍ୟତରେ ସେ ଏକ ମହା ବୃ କ୍ଷରେ ପରିଣତ ହୋଇ ଯେପରି ମାନବ ସମାଜକୁ ଫଳ, ଛାୟା, ଏବଂ ବୃକ୍ଷର ଚେର ଠାରୁ ପତ୍ର ପର୍ଯ୍ୟନ୍ତ ମାନବ ସମାଜକୁ ଦାନ କରି ଜୀବ ଜଗତ ଓ ପ୍ରାଣୀ ଜଗତକୁ ବଂଚିବା ଏବଂ ପରିବେଶ ସୁଦୃଢରେ ସହାୟତା ହୋଇଥାଏ ସେହିପରି ଜନ୍ମିତ ଶିଶୁଟିର ମଧ୍ୟ ଉପ ଯୁକ୍ତ ଲାଳନ ପାଳନ ଏବଂ ଯତ୍ନ କଲେ ଆଗାମୀ ଦିନରେ ତାହାର ମହକ ଓ ଉତ୍ସାହ ବୃଦ୍ଧି ପାଇବା ସହ ସେ ଜଣେ ସୁନାଗରିକ ହୋଇପାରିବ ବୋଲି ଉଦାହରଣ ଦେଇଥିଲୋ ଗତ କିଛିଦିନ ପୂର୍ୱେ ମାଲକାନଗିରି ଜିଲ୍ଲାର ଆଦିବାସୀ ଛାତ୍ରଛାତ୍ରୀ ମାନେ ଉଚ୍ଚଶିକ୍ଷା ଗ୍ରହଣ କରି ଡାକ୍ତର ଓ ଓଡିଶା ପ୍ରଶାସନିକ ଅଧିକାରୀ ନି ଯୁକ୍ତି କିପରି ପାଇଛନ୍ତି ସେ ସମ୍ବନ୍ଧରେ ମଧ୍ୟ ଉଦାହରଣ ଦେଇଥିଲୋ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ନାରାୟଣ ଦାସ ଅଧ୍ୟ କ୍ଷତା କରିଥିଲା ବେଳେ ଶିଶୁ ମଙ୍ଗଳ କମିଟି ଅଧ୍ୟ କ୍ଷା ସଂ ଯୁକ୍ତା ପ୍ରଧାନ, ଡିଏସପି ଓନାମ ଲାକ୍ରା, ଜିଲ୍ଲା ମଙ୍ଗଳ ଅଧିକାରୀ ଏ. ଶ୍ରୀନିବାସ ଆଚାରୀ, ଜିଲ୍ଲା ସବୁଜ ବାହିନୀ ପ୍ରଶି କ୍ଷକ ଦୁର୍ଯ୍ୟୋଧନ ପାତ୍ର , ଶିଶୁ ମଙ୍ଗଳ କମିଟି ସଦସ୍ୟ କୃଷ୍ଣଚନ୍ଦ୍ର ମହାରଣା, ସଦସ୍ୟା ଇନ୍ଦିରା ପ୍ରଧାନ, ପ୍ରମୁଖ ଅଂଶଗ୍ରହଣ କରିଥିଲୋ ସୁଦେସ୍ନା ରାଉତ, ସତ୍ୟଜିତ ପଣ୍ଡା, ଗଙ୍ଗାଧର ଶବର, ସୁଶାୁନ୍ତ ସାହୁ, ଶିବ ନାୟକ କାର୍ଯ୍ୟକ୍ରମରେ ସହ ଯୋଗ କରିଥିଲୋ ଏହି ଉପଲକ୍ଷେ ଉପସ୍ଥିତ ଶିଶୁ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ, କ୍ୟାରମ ବୋର୍ଡ, ଲମ୍ବ ଡିଆ, ଉଚ୍ଚ ଡିଆ, ୧୦୦ ମିଟର ଓ ୨୦୦ ମିଟର ଦୌଡ, ଇତ୍ୟାଦି ବିଭିନ୍ନ କ୍ରୀଡା ପ୍ରତି ଯୋଗିତା ଅନୁଷ୍ଠିତ ହୋଇଥିଲ। । କୃତି ଶିଶୁ ମାନଙ୍କୁ ଆସନ୍ତା କାଲି ଉଦ୍ ଯାପନୀ ଦିବସରେ ପୁରସ୍କୃତ କରା ଯିବ ।

ad-week
Leave A Reply

Your email address will not be published.