ମା ମହୁରୀକାଳୁଆ ଯାତ୍ରାତ୍ସୋବ ପାଇଁ ଶୁଭଖୁଣ୍ଟି ସ୍ଥାପନ

add-all

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରାଞ୍ଚଳ ଆଙ୍କୋରଡା ଗ୍ରାମରେ ମା ମହୁରୀ କାଳୁଆଙ୍କ ଯାତ୍ରାତ୍ସୋବ ସକାଶେ ଗ୍ରାମ ବଡ଼ସାହି ଠାରେ ଶୁକ୍ରବାର ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ଚଳିତ ବର୍ଷ ମା ଙ୍କ ଯାତ୍ରା ନଭେମ୍ବର ୬ ତାରିଖ ଠାରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ୮ ଦିନ ବ୍ୟାପି ଅନୁଷ୍ଠିତ ହେବ । ୬ ତାରିଖ ସନ୍ଧ୍ୟାରେ ମା ମହୁରୀ କାଳୁଆଙ୍କ ଆଗମନ ଓ ଗ୍ରାମ ପରିକ୍ରମା , ୮ ତାରିଖରେ ଅଧିବାସ ଓ ନାମଯଜ୍ଞ ଆରମ୍ଭ, ୧୧ ତାରିଖରେ ନାମଯଜ୍ଞ ପୁର୍ଣ୍ଣାହୁତି, ଅନ୍ନଯଜ୍ଞ ସହ ପ୍ରସାଦ ସେବନ, ୧୨ ତାରିଖରେ ଘୃତଯଜ୍ଞ ପୁର୍ଣ୍ଣାହୁତି ସହ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୧୩ ତାରିଖରେ ମାଙ୍କ ପ୍ରତ୍ୟାବର୍ତ୍ତନ ହେବ ବୋଲି ଯାତ୍ରା କମିଟି ସଭାପତି ନିଳମଣି ପଟ୍ଟନାୟକଙ୍କ ସୁତ୍ରରୁ ଜଣାପଡିଛି । ଶୁଭଖୁଣ୍ଟି ସ୍ଥାପନ ସମୟରେ ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, କାର୍ଯ୍ୟକାରୀ ସଭାପତି ସନାତନ ନାହାକ, ପୂଜା କମିଟି ସଭାପତି ଯୋଗିନ୍ଦ୍ର ବେହେରା, ସମ୍ପାଦକ ଲକ୍ଷ୍ମଣ ରାଉତ, ଅରକ୍ଷିତ ବାଡତ୍ୟା, କାଉନସିଲର ଶ୍ୟାମଘନ ବେହେରା, ସନାତନ ନାହାକ, ଯୁଧିଷ୍ଟିର ସ୍ୱାଇଁ, ସଞ୍ଜୟ ସ୍ବାଇଁ, ଦୁର୍ଯ୍ୟୋଧନ ମୁନି, ସହଦେବ ସ୍ବାଇଁ, କିରଣ ନାହାକ, ସନ୍ତୋଷ ମହାରଣା, ବିଜୟ ନାହାକ, ସିତାରାମ ବେହେରା, ପିଣ୍ଟୁ ନାହାକ, ଦିଲ୍ଲିପ ସାମନ୍ତରା, ଅକ୍ଷୟ ପଟ୍ଟନାୟକ, କପି ନାହାକ, ସରୋଜିନୀ ନାହାକ, ପ୍ରଭାତ ମହାରଣା,ରାଜାରାମ ସ୍ୱାଇଁଙ୍କ ସମେତ ଗ୍ରାମର ବହୁ ବ୍ୟକ୍ତି ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.