ଫୁଲବାଣୀ : ଦୁର୍ନୀତି ନିବାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ…

add-all

ଫୁଲବାଣୀ : କେନ୍ଦ୍ର ସରକାରଙ୍କର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାର ଶାଖା ମାଇ ଭାରତ ଫୁଲବାଣୀ ତରଫରୁ ଦୁର୍ନୀତି ନିବାରଣ କାର୍ଯ୍ୟକ୍ରମ କେବି ହିଷ୍ଟ କଲେଜ ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇ ଯାଇ ଅଛି l ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ କେବି ହିଷ୍ଟସ କଲେଜର ଅଧକ୍ଷ ଅନିଲ କୁମାର ଚୌଧୁରୀ ଯୋଗ ଦେଇ ଥିବା ବେଳେ ସଂମ୍ମାନିତ ଅତିଥିଭାବେ ଆଇନ ଯିବି ବିଜୟ କୃଷ୍ଣ ପଟ୍ଟନାୟକ, ସି ଡବ୍ଲୁ ସି ସଭ୍ୟ ପ୍ରସନ ବିଶୋଇ, କେବି ହିଷ୍ଟସ କଲେଜ ର ଅଧାପକ ସୁରଭି ବାଳା ପାଣିଗ୍ରାହୀ, ଦିବ୍ୟ ନାରାୟଣ ହୋତା, ଆୟୁଷ କୁମାର ଦାଶ ଏବଂ ମାଇ ଭାରତ ଫୁଲବାଣୀର ସହ କର୍ମୀ ସତ୍ୟବାନ ଦଳ ବେହେରା ପ୍ରମୁଖ ଯୋଗ ଦେଇ ଥିଲେ l ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଦୁର୍ନୀତିକୁ କିପରି ଭାବରେ ରୋକାଯାଇ ପାରିବ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା l ଅନୁଷ୍ଠିତ କାର୍ଯ୍ୟକ୍ରମକୁ କଲେଜର ଭାଇ ଓ ଭଉଣୀ ମାନେ ଅଂଶ ଗ୍ରହଣ କରିଥିଲେ l ଭାଇ ଓ ଭଉଣୀ ମାନଙ୍କର ମଧ୍ୟରେ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା ଏଥିରେ ଜସ୍ମିନ କହଁର ପ୍ରଥମ, ଚିନ୍ମୟୀ ପ୍ରଧାନ ଦ୍ୱିତୀୟ ଏବଂ ଜ୍ୟୋତି ବେହେରା ତୃତୀୟ ହୋଇ ଥିଲେ l ମୁଖ୍ୟ ଅତିଥି ଅନୁଷ୍ଠିତ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଥିବା ଭାଇ ଭଉଣୀ ମାନଙ୍କୁ ଅବଗତ କରିଥିଲେ l କୁଇଜ ପ୍ରତିଯୋଗିତା ରେ ବିଜୟୀ ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ଟ୍ରଫି ସହ ପ୍ରମାଣ ପତ୍ର ପ୍ରଦାନ କରା ଯାଇଥିଲା l ବୈଠକ ରେ ମା ଇ ଭାରତ ଫୁଲବାଣୀ ର ସହ କର୍ମୀ ସତ୍ୟ ବାନ ଦଳବେହେରା ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଓ ଉପସ୍ଥିତ ଥିବା ଭାଇ ଓ ଭଉଣୀ ମାନଙ୍କୁ ସ୍ୱାଗତ କରିଥିବା ବେଳେ ସ୍ୱେଚ୍ଛାସେବୀ ରଚିତା ରାଣୀ ସାହାଣୀ ଧନ୍ୟବାଦ ଅର୍ପଣ କରି ଥିଲେ l

ad-week
Leave A Reply

Your email address will not be published.