ଜିଓ କମ୍ପାନୀର ଅଜବ ନୀତି ! ଫାଇବ-ଜିର ରିଚାର୍ଜ ରେ ଫୋର-ଜି ନେଟୱାର୍କର…!

add-all

ଵ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ରେ ଜଣେ ଗ୍ରାହକ ନିଜର ମୋବାଇଲ ରେ ୪ ଜି ସେବାରୁ ୫ ଜି ପାଇଁ ରିଚାର୍ଜ କରି ହଟହଟା ହେବାର ଦେଖିବାକୁ ମିଳୁଛି। ଦୀର୍ଘ ବର୍ଷ ହେଲା ଜଣେ ଜିଓ ଗ୍ରାହକ ଜିଓ କମ୍ପାନୀର ସିମ ବ୍ୟବହାର କରି ଆସୁଛନ୍ତି । ଗ୍ରାହକ ତାଙ୍କର ୨୯୯ ରିଚାର୍ଜ ବଦଳରେ ୩୪୯ ଟଙ୍କାର ରିଚାର୍ଜ କରିଥିଲେ ୫ ଜି ସେବା ପାଇଁ। ରିଚାର୍ଜ କରିବାର ୩ ଦିନ ବିତିଯାଇ ଥିଲେବି ଗ୍ରାହକଙ୍କୁ ୫ ଜି ସେବା ଆଜି ପର୍ଯ୍ୟନ୍ତ ମିଳିନାହିଁ । ଏ ନେଇ ଆସିକା ଜିଓ ଅଫିସରେ ଅଭିଯୋଗ କରିଥିଲେ ବି ଅଫିସ ପକ୍ଷରୁ ଦୁଇ ଦିନ ଭିତରେ ଆପଣଙ୍କୁ ସେବା ମିଳିବ ବୋଲି କୁହାଯାଇଥିଲା । ଉକ୍ତ ମୋବାଇଲରେ ଏଇରଟେଲ ସିମ ପକେଇଲେ ୫ ଜି ନେଟୱାର୍କ ଆସୁଛି। ଦୁଇ ଦୁଇ ଥର ଅଫିସକୁ ଦୌଡ଼ି ନୟାନ୍ତ ହେବା ପରେ କଷ୍ଟମର କେର କୁ କଲ କରିବାରୁ ୨୪ ଘଣ୍ଟା ଭିତରେ ଆପଣଙ୍କୁ ୫ ଜି ସେବା ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ଜଣେ ସାମ୍ବାଦିକ ଙ୍କୁ ଏଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ତାହା ହେଲେ ସାଧାରଣ ଲୋକେ କି ଭଳି ଅସୁବିଧାର ସମ୍ମୁଖୀନ ହେଉଥିବେ ଏଠାରୁ ସ୍ପଷ୍ଟ ପ୍ରମାଣିତ ହେଉଛି। ଦେଖାଯାଉ ରିଚାର୍ଜ କରିବାର କେତେ ଦିନରେ ସେବା ମିଳୁଛି ଦେଖିବାକୁ ବାକି ରହିଲା ।

ad-week
Leave A Reply

Your email address will not be published.