
ଫୁଲବାଣୀ : ବାଲିଗୁଡା ଉପ କୋଷାଗାର କାର୍ଯ୍ୟାଳୟଠାରେ ବିନା ଶୁଳ୍କରେ ପେନସନ ଉପଭୋକ୍ତାଙ୍କ ବାର୍ଷିକ ଜୀବନ ପ୍ରମାଣପତ୍ର ଦାଖଲ ପାଇଁ ମୋ ସେବା କେନ୍ଦ୍ରରେ ସହାୟତରେ କାର୍ଯ୍ୟ ଆରମ୍ଭ ହୋଇଛି I ଏହି ଅବସରରେ ଉପକୋଷାଗାର ଅଧିକାରୀ ସୁଧାକର କହଁର, ମିନତି କୁମାରୀ ମିଶ୍ର,ତପନ କୁମାର ଦିଗାଳ, ପ୍ରଦୀପ କୁମାର ବେହେରା, ଶରତ କୁମାର ପୂଜାରୀ, ମୋ ସେବା କେନ୍ଦ୍ରର ଜିଲ୍ଲା ପରିଚାଳକ ରାଜେଶ ପାଣିଗ୍ରାହି ସମେତ କାର୍ଯ୍ୟାଳୟରେ କାର୍ଯ୍ୟାରତ ସମସ୍ତ କର୍ମଚାରି ଉପସ୍ଥିତ ଥିଲେ I ବାଲିଗୁଡା ଅଞ୍ଚଳର ବହୁ ପେନସନ ଉପଭୋକ୍ତା ନିଜର ଆଧାର କାର୍ଡ, ପେନସନ ବହି, ବ୍ୟାଙ୍କ ପାସବୁକ ଏବଂ ମୋବଇଲ ନମ୍ବର ସଂଯୋଗ କରି ବିନା ଶୁଳ୍କରେ ସେମାନଙ୍କ ଜୀବନ ପ୍ରମାଣପତ୍ର ହାତ ପାଆନ୍ତାରେ ପାଇପାରିବେ I ମୋ ସେବା କେନ୍ଦ୍ର ମାଧ୍ୟମରେ ପେନସନ ଉପଭୋକ୍ତାଙ୍କ ଘରକୁ ଯାଇ ସେବା ଦେବାର ବ୍ୟବସ୍ଥା ମଧ୍ୟ ରହିଛି I ସରକାରଙ୍କ ଏହି ଯୋଜନାକୁ ପେନସନ ଉପଭୋକ୍ତା ସାଧୁବାଦ ଜଣାଇଛନ୍ତି I