ମା ‘ପାଟଖଣ୍ଡା ମାର୍କେଟ ବ୍ୟବସାୟୀ ସଂଘ ତରଫରୁ ଦୀପାବଳି ଉପଲକ୍ଷେ ଦୀପଦାନ ସହ ପ୍ରସାଦ ବଣ୍ଟନ

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ମନ୍ଦିର ଚତୁଃପାର୍ଶ୍ଵ ରେ ଥିବା ସମସ୍ତ ବ୍ୟବସାୟୀ ବନ୍ଧୁମାନେ ଏକତ୍ରିତ ହୋଇ ମା ‘ପାଟଖଣ୍ଡା ମାର୍କେଟ ବ୍ୟବସାୟୀ ସଂଘ ତରଫରୁ ପ୍ରଥମ ଥର ପାଇଁ ଶ୍ୟାମା କାଳୀ ପୂଜା ଓ ଦୀପାବଳି ଉତ୍ସବ ଉପଲକ୍ଷେ ଶୁକ୍ରବାର ସନ୍ଧ୍ୟାରେ ସମସ୍ତ ବ୍ୟବସାୟୀ ବନ୍ଧୁ ମା’ ପାଟଖଣ୍ଡାଙ୍କ ନିକଟକୁ ଯାଇ ସେଠାରେ ଦୀପ ଲଗାଇ ପ୍ରସାଦକୁ ପୂଜାର୍ଚନା କରିବା ପରେ ସମଗ୍ର ମାର୍କେଟରେ ନିଜ ନିଜ ଦୋକାନ ସମ୍ମୁଖରେ ଦୀପ ଲଗାଇବା ସହ ପ୍ରସାଦ ବଣ୍ଟନ କରାଯାଇଥିଲା l ଏହି ଅବସରରେ ଏଥିରେ ମାର୍କେଟ ସଂଘର ସତ୍ୟ ନାରାୟଣ ପାଢ଼ୀ, କାଳିନ୍ଦୀ ଚରଣ ପଣ୍ଡା, ପୁରୁଷୋତ୍ତମ ଡାକୁଆ, ପଦ୍ମନାଭ ପାଣିଗ୍ରାହୀ, ମନୋରଞ୍ଜନ ମହାପାତ୍ର, ସୁଶାନ୍ତ କୁମାର ପାଣିଗ୍ରାହୀ, ଧର୍ମେନ୍ଦ୍ର ପାଣିଗ୍ରାହୀ, ଆନନ୍ଦ ଦାସ ଙ୍କ ସମେତ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l

ad-week
Leave A Reply

Your email address will not be published.