ଅନ୍ତର୍ଜାତୀୟ ବାଳିକା ଦିବସ ପାଳିତ : ବ୍ଳକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ।

add-all

ହିଞ୍ଜିଳିକାଟୁ : ବ୍ଳକ ସ୍ଥରୀୟ ଶିଶୁ ମହୋତ୍ସବ ୨୦୨୪ ତଥା ଅନ୍ତର୍ଜାତୀୟ ବାଳିକା ଦୀବସ ରାଜ୍ୟ ସରକାରଙ୍କ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ନିର୍ଦ୍ଦେଶ କ୍ରମେ ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ସ୍ଥିତ ଲକ୍ଷ୍ମୀ ନୃସିଂହ କଳାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଅଛି ‌। ଏହି ଅବସରରେ ହିଞ୍ଜିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ, ହିଞ୍ଜିଳିକାଟୁ ପୌରପରିଷଦ ବିଧାୟକ ପ୍ରତିନିଧି ପ୍ୟାରୀମୋହନ ପାଢି, ହିଞ୍ଜିଳିକାଟୁ ବ୍ଲକ୍, ହିଞ୍ଜିଳିକାଟୁ ବ୍ଲକ୍ ଅଧ୍ୟକ୍ଷ ସରସ୍ଵତୀ ସେଠୀ, ଜିଲ୍ଲା ପରିଷଦ ସଭ୍ୟ ଏ ସୁଦର୍ଶନ,ସିଡିପିଓ ଗାଙ୍ଗି ସୁବୁଦ୍ଧି ଯୋଗଦେଇ ଯୋଗଦେଇ ଶିଶୁକନ୍ୟା ପ୍ରତି ହେଉଥିବା ହିଂସା, ଅବହେଳା, ବାଲ୍ୟବିବାହ ଓ ଭୃଣହତ୍ୟା ପ୍ରତି ସଚେତନତା ବ୍ୟକ୍ତ କରିବା ସହ କନ୍ୟାକୁ ରତ୍ନ ସହ ତୁଳନା କରିବା ଆବଶ୍ୟକ ବୋଲି ବାଳିକା ଦିବସ ପାଳନର ଉଦ୍ଦେଶ୍ୟ ସଂପର୍କରେ ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭା ଓ ଜ୍ଞାନର ବିକାଶ ସହ ଝିଅ ମାନଙ୍କ ମଧ୍ୟରେ ପ୍ରତିଭା ଓ ସାମର୍ଥ୍ୟ ଭରି ରହିଛି ବୋଲି ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ବ୍ଲକ୍ ର ୧୦ଟି କ୍ଳଷ୍ଟର ପ୍ରାୟ ୪୦୦ଜଣ ଛାତ୍ର ଛାତ୍ରୀ ମାନଙ୍କ ସହ ଗାଇଡ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମର ନୀରିକ୍ଷକ ଭାବେ ଅନ୍ତର୍ଜାତୀୟ କ୍ଷାତି ସମ୍ପନ୍ନ ଓଡିଶୀ ନୃତ୍ୟଶିଳ୍ପୀ ଡି ପ୍ରିୟଙ୍କା ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉତ୍ସାହିତ କରିଥିଲେ। ପରେ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନେ ବାଳିକା ଶିକ୍ଷା ସଚେତନତା ପାଇଁ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଵନ୍ଦ କ୍ଳଷ୍ଟର ଡି ପାଟପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଥମ ସ୍ଥାନ ହାସଲ କରିପାରିଥିଲା।

ad-week
Leave A Reply

Your email address will not be published.